କନକ ବ୍ୟୁରୋ: କରୋନା ସଂକ୍ରମଣ ପାଇଁ ପୁଣି କଟକଣା ବଢାଇଲା କେନ୍ଦ୍ର ସରକାର । ବିଦେଶରୁ ଫେରିଲେ ୭ ଦିନ ହୋମ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ରିପୋର୍ଟ ନେଗେଟିଭ ଥିଲେ ବି ହୋମ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ରହିବ । ରିପୋର୍ଟ ପଜିଟିଭ ଆସିଲେ ନମୁନା ଜିନମ ସିକ୍ୱ୍ୟଏନ୍ସିଂ ପାଇଁ ଯିବ । ଜାନୁଆରୀ ୧୧ ତାରିଖରୁ ଏହି ନିୟମ ଲାଗୁ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

Advertisment

ଦେଶରେ ବଢି ଚାଲିଛି ଓମିକ୍ରନ ଭାରିଆଣ୍ଟ ସଂଖ୍ୟା । ଧିରେ ଧିରେ ସଂକ୍ରମଣ ବଢୁଥିବାରୁ ଆଗୁଆ ସତର୍କ ହୋଇଛନ୍ତି ସରକାର । ସମସ୍ତ ରାଜ୍ୟରେ କଟକଣା ପୁଣି ଫେରିଥିବା ବେଳେ । ଏବେ କେନ୍ଦ୍ର ସରକାର ମଧ୍ୟ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି ।