ରାଜ୍ୟରେ ଆଜି ଆଉ ୧୨ ଶହ ୧୫ ନୂଆ ପଜିଟିଭ, ୭ ମୃତ: ଗଂଜାମରୁ ୩, ରାୟଗଡାରୁ ୨, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ; ପ୍ରଥମ ଥର ଲାଗି କରୋନାରେ ୫ ବର୍ଷର ଶିଶୁ ମୃତ

ଟେନସନ ବଢାଇଲା ଖୋର୍ଦ୍ଧା: ଆଜି ୩୧୨ ସହ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୩ ହଜାର ପାର

816

କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୭ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ଗଞ୍ଜାମରୁ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ଖୋର୍ଦ୍ଧା, ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ଏବଂ ରାୟଗଡାରୁ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ପ୍ରଥମ ଥର ପାଇଁ କରୋନାରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ୫ ବର୍ଷର ଶିଶୁ ପୁତ୍ର ଜଣକ ଭୁବନେଶ୍ୱରର ଓ ସେ ପଜିଟିଭ ଚିହ୍ନଟ ପରେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି । ଏପର୍ଯନ୍ତ୍ୟ କେବଳ ଗଞ୍ଜାମରେ ସର୍ବାଧିକ ୮୫ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ୨୮ ଜିଲ୍ଲାରେ ଆଉ ୧୨,୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସିତ ହେଉଥିବା ୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗଂଜାମର ୩ ଜଣ, ରାୟଗଡାର ୨ଜଣ, କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଭୁବନେଶ୍ୱରର ଜଣେ ୫ବର୍ଷ ବୟସ୍କ ଶିଶୁର ମୃତ୍ୟୁ ହୋଇଛି । ୧୨୧୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନଟିନ ସେଂଟରରୁ ୭୫୩ ଓ ଲୋକାଲ କଂଟାକ୍ଟରୁ ୪୬୨ ଜଣ । ୧୨,୧୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୧୦୭ରେ ପହଂଚିଛି । ଏବେ ୧୦ହଜାର ୫୪୪ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୭ ହଜାର ୩୭୪ ଜଣ ସୁସ୍ଥ ହୋଇଛନ୍ତି । ଆଜି ଗଂଜାମ ଜିଲ୍ଲାରେ ସର୍ବାଧିକ ୩୩୨ ଓ ଖୋର୍ଦ୍ଧାରୁ ୩୧୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗଜପତିରୁ ୮୯, କେନ୍ଦୁଝରରୁ ୭୭, କୋରାପୁଟରୁ ୭୩, କଟକରୁ ୬୦, ଜଗତସିଂହପୁର ଜିଲ୍ଲାରୁ ୪୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୨୯, ରାୟଗଡାରୁ ୨୪, ମୟୂରଭଞ୍ଜରୁ ୨୨ଜଣ, ବଲାଙ୍ଗୀରରୁ ୨୧, ଯାଜପୁରରୁ ୨୦ ଜଣ ପଜିଟିଭ । ସେହିପରି କନ୍ଧମାଳ, କେନ୍ଦ୍ରାପଡା ଓ ମାଲକାନଗିରିରୁ ୧୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ପୁରୀ ଓ ଅନୁଗୁଳ ଜିଲ୍ଲାରୁ ୧୧ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବରଗଡରୁ ଚିହ୍ନଟ ହୋଇଛନ୍ତି ୧୦ ଜଣ ନୂଆ ଆକ୍ରାନ୍ତ । କଳାହାଣ୍ଡ. ନୂଆପଡାରୁ ୮ ଜଣ ଲେଖାଏଁ, ନୟାଗଡରୁ ୭ ନୂଆ ମାମଲା ଚିହ୍ନଟ ହୋଇଛି । ସୋନପୁର, ସୁନ୍ଦରଗଡ, ବୌଦ୍ଧ, ଝାରସୁଗୁଡା ଓ ଭଦ୍ରକରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଦେବଗଡ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।