ଜମ୍ମୁ-କାଶ୍ମୀର କଂଗ୍ରେସରେ ସଂକଟ, ୪ ପୂର୍ବ ମନ୍ତ୍ରୀ ସମେତ ୩ ବିଧାୟକଙ୍କ ଇସ୍ତଫା

221

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ୭ ବରିଷ୍ଠ କଂଗ୍ରେସ ନେତା ସେମାନଙ୍କ ଇସ୍ତଫା ପତ୍ର ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ସେମାନେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ପାର୍ଟିର ସମ୍ବଧିତ ମାମଲକୁ ନେଇ ନିଜର ମତ ରଖିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଥିବା କଥା କୁହାଯାଇଛି । ଇସ୍ତଫା ଦେଇଥିବା ନେତାମାନଙ୍କ ମଧ୍ୟରେ ୪ ଜଣ ପୂର୍ବତନ ମନ୍ତ୍ରୀ ଓ ୩ ଜଣ ବିଧାୟକ ରହିଛନ୍ତି । ସେମାନଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ନିଟକତର ବୋଲି କୁହାଯାଉଛି । ଅନ୍ୟପଟେ ଇସ୍ତଫା ଦେଇଥିବା ନେତାମାନେ ସେମାନଙ୍କ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ବ୍ୟତୀତ ପୂୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରଦେଶ ପ୍ରଭାରୀ ରଜନୀ ପାଟିଲଙ୍କ ନିକଟକୁ ବି ପଠାଇଛନ୍ତି ।

ଇସ୍ତଫା ପତ୍ରରେ ଅଭିଯୋଗ କରାଯାଇଛି କି କଂଗେସ ନେତୃତ୍ୱଙ୍କ ମଧ୍ୟରେ ଚାଲିଥିବା ଶତ୍ରୁତାପୂର୍ଣ୍ଣ ଆଚରଣ ପାଇଁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି । ସୂତ୍ର ସୂଚନା ମୁତାବକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚନ୍ଦ ସମେତ ଆଜାଦଙ୍କ ନିକଟତର ନେତମାନେ ଇସ୍ତଫା ଦେଇଥିବା ନେତାମାନଙ୍କ ଠାରୁ ଦୂରେଇ ରହିଛନ୍ତି ।

ଇସ୍ତଫା ପତ୍ରରେ କୁହାଯାଇଛି କି ସେମାନେ ନିଜର ସମସ୍ୟା ନେଇ ବାରମ୍ବାର ଦଳର ହାଇକମାଣ୍ଡଙ୍କ ଧ୍ୟାନ ଆକର୍ଶଣ କରିବାକୁ ଚେଷ୍ଟା କରିଥିଲେ ବି ହାଇକମାଣ୍ଡ ସେମାନଙ୍କ ସମୟ ଦେଇ ନଥିଲେ । ଏନେଇ ସେମାନେ ଗୋଟିଏ ବର୍ଷ ହେବ ଚେଷ୍ଟା କରୁଥିବା ବେଳେ ସୋନିଆ ଗାନ୍ଧୀ ସମୟ ଦେଇନଥିବାରୁ ଶେଷରେ ସେମାନେ ଇସ୍ତଫା ଦେଇଥିବା କଥା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ସେମାନେ ଜମ୍ମୁ-କାଶ୍ମୀରର କଂଗ୍ରେସ ଅଧ୍ୟକ୍ଷ ଜି.ଏ ମୀରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମୀର ପାର୍ଟିର ରାଜ୍ୟ ଅଧ୍ୟକ୍ଷ ହେବା ପର ଠାରୁ ଦଳ ଦିନକୁ ଦିନ ରଶାତଳକୁ ଯାଉଛି । ଏହାସହ ପାର୍ଟିର ଅନେକ ନେତା ଦଳ ଛାଡି ଅନ୍ୟଦଳକୁ ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।