ବଢୁଛି ବାୟୁରେ ପ୍ରଦୂଷଣ ମାତ୍ରା : ପ୍ରଦୂଷଣ ବଳୟ ଭିତରେ ଦେଶର ୧୩୨ ସହର; ତାଲିକାରେ ଭୁବନେଶ୍ୱର ସମେତ ଓଡ଼ିଶାର ୭ ସହର

203

କନକ ବ୍ୟୁରୋ : ଧିରେ ଧିରେ ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ଦେଶରେ ବିଭିନ୍ନ ସହରରେ ବାୟୁରମାନ ଖରାପ ହେବାରେ ଲାଗିଛି । କେବଳ ଦିଲ୍ଲୀ ନୁହେଁ ଦେଶର ୧୩୨ ସହରରରେ ବାୟୁର ମାନ ଖରାପ ରହିଛି । ଏହି ତାଲିରେ ଓଡ଼ିଶାର ୭ ଟି ସହର ରହିଛି । ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା ଏବଂ କଳିଙ୍ଗନଗର ଆଦି ସହରରେ ବାୟୁର ମାନ ଖରାପ ହୋଇପଡିଛି । ଭୁବନେଶ୍ୱରରେ ବାୟୁର ମାନ ୧୫୩ ରହିଥିବା ବେଳେ କଳିଙ୍ଗନଗରରେ ୧୨୦ ରହିଛି, ଯାହା ୧୦୦ ଭିତରେ ରହିବା କଥା ।

ସହରାଞ୍ଚଳ ପରିବେଶକୁ ନେଇ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ଉଦବେଗ ପ୍ରକାଶ କରୁଥିଲେ ବି ଏଥପ୍ରତି ଧ୍ୟାନ ଦିଆଯାଉନଥିବାରୁ ଦିନକୁ ଦିନ ଦେଶର ଗୋଟିଏ ପରେ ଗୋଟିଲଏ ସହର ପ୍ରଦୂଷଣ ବଳୟ ଭିତରକୁ ପସିଯାଉଛି । ସାଧାରଣତଃ ବାୟୁରେ ୧୦ ମାଇକ୍ରୋନରୁ କମ୍ ଧୂଳିକଣା ଓ ପ୍ରଦୂଷିତ ଦ୍ରବ୍ୟ ରହିବା କଥା କିନ୍ତୁ ସହରାଞ୍ଚଳରେ ମାଇକ୍ରୋନର ପରିମାଣ ଯଥେଷ୍ଟ ଅଧିକ ରହୁଛି । ଯାହା ଶରୀର ପାଇଁ କ୍ଷତିକାରକ । ସୂଚନା ମୁତବାକ, ଭୁବନେଶ୍ୱରର ବାୟୁ ପ୍ରଦୂଷଣର ହାର ସ୍ୱାଭାବିକ୍ ଠାରୁ ୩୬ ପତିଶତ ପ୍ରଦୂଷିତ ରହିଥିବା ବେଳେ ଅନୁଗୋଳରେ ୨୮ ପ୍ରତିଶତ, କଟକରେ ୨୭, ରାଉରକେଲାରେ ୪୧ ଏବଂ ତାଳଚେରରେ ୪୫ ପ୍ରତିଶତ ଉପରେ ରହିଛି ।