ବିଧାନସଭାରେ ତାତିଲେ ତାରା । ‘କଳାବିଲ୍’ କହିଲେ, ଗୃହ ଭିତରେ ଚିରି ଦେଲେ  । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ କରି ବିଲ ଚିରିଦେଲେ ତାରା ବାହିନୀପତି

429

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ବିଧାନସଭାରେ ସରଗରମ ଆଲୋଚନା । ବିଲକୁ ବିରୋଧ କରି କଳା ବିଲ କହିଲେ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଗୃହ ଭିତରେ ବିଲକୁ ଚିରି ଦେଲେ ତାରା । ବିଲକୁ ସିଲେକ୍ସନ କମିଟିକୁ ପଠାଇବାକୁ ଦାବି କଲେ ତାରା । ସେପଟେ ବିଜେପି ମଧ୍ୟ ବିଶ୍ୱବିଦ୍ୟାଳୟ ବିଲକୁ ବିରୋଧ କରିଛି ।

ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୭ଟି ବିଲ୍ । ଏଥିରେ ଓଡିଆ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଉପସ୍ଥାପିତ ହୋଇଛି । ବିଲ୍୍ ଉପସ୍ଥାପନକୁ କଂଗ୍ରେସ ଦଳ ନେତା ବିରୋଧ  କରିଛନ୍ତି । କରୋନା ବେଳେ ସରକାର କାହିଁକି ତରବରିଆ ଭାବେ ବିଲ ପାରିତ କରିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା ।

କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, କରୋନା ସମୟରେ ବୁଲଡୋଜର କରି ଅତି ତରବରିଆ ଭାବେ ବିଲ୍ ପାରିତ କରିବାକୁ ଚାହୁଁଛନ୍ତି। ଏ ବିଲ୍ ସହ କରୋନାର କଣ ସମ୍ପର୍କ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାସହ ଏହି ବିଲକୁ ବିଜେପି ମଧ୍ୟ ବିରୋଧ କରିଛି । ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରାଯାଉଛି । ବିଶ୍ୱବିଦ୍ୟାଳୟକୁ ସରକାର ନିଜ ଅଧିନରେ ରଖିବାକୁ ଚାହୁଁଛନ୍ତି। ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।