କନକ ବ୍ୟୁରୋ: କଟକରୁ ବାଘ ଛାଲ ଜବତ ଘଟଣାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏବେ ବି ଆଉ ୬ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଗତ ୭ ତାରିଖରେ କଟକ ନେତାଜୀ ବ୍ରିଜ୍ ପାଖରେ ବାଘ ଛାଲ କିଣାବିକା ଡିଲ୍ ଚାଲିଥିବା ବେଳେ ଧରା ପଡିଥିଲା । ଏହି ଘଟଣାର ତଦନ୍ତ କରିଥିଲେ ଜଏଂଟ ଟାକ୍ସ ଫୋର୍ସ । ଗ୍ରାହକ ହୋଇ ଦୁଇ ଅଭିଯୁକ୍ତଙ୍କୁ ଯୋଗାଯୋଗ କରିଥିଲେ ତଦନ୍ତକାରୀ ଅଧିକାରୀ । ପ୍ରଥମେ ଦୁଇ ଅଭିଯୁକ୍ତ ଧରା ପଡିବା ପରେ ବ୍ୟାଗ ଭିତରକୁ ବାଘ ଛାଲ ମିଳିବା ସହ ଜଣେ ପରେ ଜଣେ ଅଭିଯୁକ୍ତି ଧରାପଡିଛନ୍ତି । ଗଜପତି ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାରୁ ୨ ଜଣ ଗିରଫ ହୋଇଛି ।
୨୦୧୯ରେ ବ୍ରହ୍ମପୁର ବରିହାକଟା ଜଙ୍ଗଲରେ ଫାସ ବସାଇ ବାଘକୁ ଶିକାର କରାଯାଇଥିଲା । ଗଜପତି ଜିଲ୍ଲାର ମୋହନା ଥାନା ଅଂଚଳର ଅଭିଯୁକ୍ତ ୩ ବର୍ଷ ଧରି ବାଘଛାଲକୁ ଶୁଖାଇ ରଖିଥିଲେ । ଏହାକୁ ବିକ୍ରି କରିବା ପାଇଁ ୪ଟି ଜିଲ୍ଲାରେ ମାଫିଆଙ୍କ ସହ ଅଭିଯୁକ୍ତ ଯୋଗାଯୋଗ କରିଥିବା ପିସିସିଏଫ୍ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/16-16.jpg)