ପାଟଣାଗଡରେ ଗୋଟିଏ ପାରିବାରରେ ୬ ଜଣଙ୍କୁ ହତ୍ୟା ଘଟଣା । ୭ ଜଣଙ୍କୁ ଗିରଫ କଲା ପୋଲିସ । ଆହୁରି ୨ ଅଭିଯୁକ୍ତ ଫେରାର

441

କନକ ବ୍ୟୁରୋ : ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା । ଏଥିରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମୋଟ ୯ ଜଣ ଅଭିଯୁକ୍ତ ଏଥିରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ୨ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ରହିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଟାଙ୍ଗିଆ, ଫାର୍ସା, ରଡ ଜବତ କରାଯାଇଛି ।

ନଭେମ୍ବର ୧୧ ତାରିଖରେ ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିଲା । ଏମାନଙ୍କ ମଧ୍ୟରେ ୪ ନାବାଳକ ଥିଲେ । କମ୍ବଳ ଘୋଡା ଅବସ୍ଥାରେ ଘରର ସବୁ ସଦସ୍ୟ ପଡିଥିଲେ । କମ୍ବଳରେ ରକ୍ତ ଛିଟା ଲାଗିଥିଲା । ତେବେ ପ୍ରଥମରୁ ହିଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ପରେ ବଲାଙ୍ଗୀର ପୁଲିସ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ବାହାରୁ ଆସି ପାଟଣାଗଡ ସଅଁରାପଡା ଗାଁରେ ମୃତ ବୁଲୁ ଜାନିଙ୍କ ପରିବାର ରହୁଥିଲେ । ପାଟଣାଗଡର ଏହି ଅଂଚଳରେ ହିଁ କିଛି ବର୍ଷ ତଳେ ହୋଇଥିଲା ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ଏବେ ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି ।