‘କୋକୋ’କୁ ତା ପାଳନକାରୀଙ୍କୁ ଫେରାଇ ଦିଆଯାଉ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭ଜଣ ଶିକ୍ଷାବିତ୍ 

158

କନକ ବ୍ୟୁରୋ: ‘କୋକୋ’କୁ ତା ପାଳନକାରୀଙ୍କୁ ଫେରାଇ ଦିଆଯାଉ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭ଜଣ ଶିକ୍ଷାବିତ୍ । ଜଙ୍ଗଲ ଓ ପରିବେଶ ବିଭାଗ ଜବତ କରିଥିବା ପୋଷା ଶୁଆ କୋକୋକୁ ତାର ପାଳନକାରୀ ପ୍ରଫେସର ସୁସ୍ମିତା ବେହେରାକୁ ଫେରାଇ ଦିଆଯାଉ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିିଠି ଲେଖି ଅନୁରୋଧ କରିଛନ୍ତି  ୭ଜଣ ଶିକ୍ଷାବିତ ।

ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ କାର୍ଯ୍ୟକୁ ଅସମ୍ବେଦଶୀଳ ବୋଲି ଦର୍ଶାଇ ଚିଠିରେ ଲେଖିଛନ୍ତି, ଆଇନର ଦ୍ୱାହି ଦେଇ ଅମାନୁଷିକ କାମ କରିବା ଠିକ୍ ନୁହେଁ । ବନ ବିଭାଗ ଅଧିକାରୀମାନେ ଜାଣି ରଖିବା ଉଚିତ, ପଶୁପକ୍ଷୀମାନେ ଖାଲି ଖାଦ୍ୟ ଖାଇ ବଂଚନ୍ତି ନାହିଁ । ସେମାନଙ୍କ ଜୀବନରେ ବି ସ୍ନେହ ଶ୍ରଦ୍ଧାର ମୂଲ୍ୟ ରହିଛି । ରାଜ୍ୟ ପକ୍ଷୀ ଭଦଭଦଳିଆ ଓ ଆହୁରି ଅନେକ ଜୀବଜନ୍ତୁ ବିଲୁପ୍ତ ହୋଇଗଲେଣି । ଜଙ୍ଘଲରୁ ଅବିରତ ଗଛ କଟା ଚାଲିଛି । ବନବିଭାଗ ଅଧିକାରୀ ଏସବୁକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦେଲେ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହେବେ । କାହାର ପୋଷା ଶୁଆ ଜବତ କରିବା ଭଳି ଅସମ୍ବେଦନଶୀଳ କାର୍ଯ୍ୟ ସେମାନେ କରିବା ଉଚିତ ନୁହେଁ ବୋଲି ଚିଠିରେ ଲେଖିଛନ୍ତି ।