ପାକିସ୍ତାନକୁ ଅସ୍ତ୍ରବିରତୀ ଉଲ୍ଲଘଂନର କଡା ଜବାବ । ଭାରତୀୟ ଯବାନଙ୍କ ଗୁଳିରେ ୭ରୁ ୮ ପାକିସ୍ତାନୀ ଯବାନ ନିହତ, ୧୦ରୁ ୧୨ ଆହତ

Advertisment
ପାକିସ୍ତାନକୁ ଅସ୍ତ୍ରବିରତୀ ଉଲ୍ଲଘଂନର କଡା ଜବାବ । ଭାରତୀୟ ଯବାନଙ୍କ ଗୁଳିରେ ୭ରୁ ୮ ପାକିସ୍ତାନୀ ଯବାନ ନିହତ, ୧୦ରୁ ୧୨ ଆହତ

କନକ ବ୍ୟୁରୋ : ଆଜି ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା ତିନୋଟି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତୀୟ ସେନାର ତିନିଜଣ ଯବାନ ସହିଦ ହୋଇଥିଲେ। ଏଥିସହ ହୋଇଥିବା ଗୁଳି ବିନିମୟରେ ତିନିଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ। ଏବେ ପାକିସ୍ତନର ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ ଜବାବ ଦେଇଛି ଭାରତ।

ପାକ୍ ସେନାକୁ ଜବାବ ଦେବାକୁ ଯାଇ କରାଯାଇଥିବା ଆକ୍ରମଣରେ ୭-୮ଜଣ ପାକ୍ ଯବାନ ନିହତ ହୋଇଛନ୍ତି ଓ ୧୦ରୁ ୧୨ ଜଣ ଆହତ ହୋଇଛନ୍ତି । ଏହାସହ ଆତଙ୍କବାଦୀ ଲଞ୍ଚପ୍ୟାଡ୍, ସେନା ବଙ୍କର୍ ଧ୍ୱଂସ ହୋଇଛି। ଇଣ୍ଡିଆ ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ଦୁଇ-ତିନି ପାକିସ୍ତାନୀ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ (ଏସଏସଜି) କମାଣ୍ଡୋ ଥିବା ଭାରତୀୟ ସେନାର ସୂତ୍ର ପ୍ରକାଶ କରାଯାଇଛି।

ସୂଚନା ମୁତାବକ, ବାରାମୁଲ୍ଲା ଜିଲ୍ଲାର ହାଜିପିର ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳି ଚାଳନା ଆରମ୍ଭ ହୋଇଥିଲା। ଏହା ବ୍ୟତୀତ ପାକିସ୍ତାନ ମଧ୍ୟ ତଙ୍ଗଧର ସେକ୍ଟର ଏବଂ ଗୁରେଜ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହି ସମୟରେ ପାକିସ୍ତାନୀ ସେନା ଗୁଳି ବର୍ଷା କରି ମୋର୍ଟାର ବୋମା ଫିଙ୍ଗିଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଯବାନ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏବେ ଏହି ଆକ୍ରମଣରେ ୭-୮ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe