କନକ ବ୍ୟୁରୋ: ଆମେରିକାର ଆଲାସ୍କାରେ ଆଜି ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତିବ୍ରତା ରେକ୍ଟର ସ୍କେଲରେ ୭.୪ ରେକର୍ଡ କରାଯାଇଛି । ଏହି ଭୂକମ୍ପର ଝଟକା ଏତେ ଅଧିକ ଥିଲା ଯେ ଏନେଇ ସୁନାମୀ ଆଲର୍ଟ ଦିଆଯାଇଛି । ଏହି ଭୂକମ୍ପ ୯.୩ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା । ହେଲେ ଏବେ ଯାଏଁ ଭୂକମ୍ପକୁ ନେଇ ହୋଇଥିବା କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳିନାହିଁ ।