କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୭୭ ଦଶମିକ ୨୩ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ବୌଦ୍ଧରେ ସର୍ବାଧିକ ୮୪ ଦଶମିକ ୭ ପ୍ରତିଶତ ଭୋଟ୍ ପଡ଼ିଛି । ଦେବଗଡ଼ରେ ୮୩ ଦଶମିକ ୭୫ ପ୍ରତିଶତ ମତଦାନ ହୋଇଛି । ଗଂଜାମ ଜିଲ୍ଲାରେ ସର୍ବନିମ୍ନ ୬୪ ଦଶମିକ ୯୬ ପ୍ରତିଶତ ଭୋଟ୍ ହୋଇଥିବା ଜଣାପଡ଼ିଛି ।

Advertisment

ମୋଟ ୭୧ଟି ବ୍ଲକର ୧ ହଜାର ୬୬୯ଟି ଗ୍ରାମ ପଂଚାୟତରେ ୨୦୦ ଜିଲ୍ଲାପରିଷଦ ସଭ୍ୟ ପାଇଁ ଭୋଟ ପଡିଛି । ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ, ଯାଜପୁର ଜିଲ୍ଲାର ୭ଟି ବୁଥ୍ ଏବଂ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ ଗମ୍ଭୀରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ପଂଚାୟତ ନିର୍ବାଚନ ସାରିବା ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ଡୁଣ୍ଡାମେଲା ଗ୍ରାମପଂଚାୟତର ୱାର୍ଡ ନମ୍ବର ୧୧ରେ ବିଶେଷ କାରଣ ଯୋଗୁଁ ନିର୍ବାଚନ ହୋଇପାରିନାହିଁ ।