ବାତ୍ୟା ପୂର୍ବରୁ ବଜାରରେ ଭିଡ : ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଖୋଲିବା ଅବଧି ବଢ଼ାଇଲେ ସରକାର

7,332

କନକ ବ୍ୟୁରୋ : ବାତ୍ୟା ‘ୟାସ’କୁ ଦେଖି ଦୋକାନରେ ବିକ୍ରି ସମୟକୁ ବୃଦ୍ଧି କରିଛନ୍ତି ସରକାର । ବିଶେଷ କରି ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୦ଟି ଜିଲ୍ଲାରେ କଟକଣା କୋହଳ କରାଯାଇଛି । ଏସବୁ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସାକଳ ୭ରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲା ରହିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପୂର୍ବରୁ ମାତ୍ର ୪ ଘଂଟା ପାଇଁ ଅର୍ଥାତ ସକାଳ ୭ଟାରୁ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ଅନୁମତି ରହିଥିଲା ।

ତେବେ ବାତ୍ୟା ଆସୁଥିବାରୁ ଲୋକେ କମ ସମୟ ମଧ୍ୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଦୋକାନ ବଜାରରେ ଗହଳି କରିବା ଆଶଙ୍କା ରହିଥିଲା । ଯାହା କରୋନା ସଂକ୍ରମଣ ବୃଦ୍ଧିରେ ସହାୟତ ହୋଇଥାନ୍ତା । ବୋଧହୁଏ ଏହାକୁ ଦୃଷ୍ଟିରେ ରଖି ସରକାର ଦୁଇ ଦିନ ଦୋକନ ଖୋଲିବା ଅବଧିକୁ ବୃଦ୍ଧି କରିଛନ୍ତି । ୧୦ ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।