୧୯ ଯୁଦ୍ଧର ଷଷ୍ଠ ପର୍ଯ୍ୟାୟ ଲଢେଇ । ୭ଟି ରାଜ୍ୟର ୫୯ଟି ଲୋକସଭା ଆସନରେ ରାତି ପାହିଲେ ପଡିବ ଭୋଟ୍, ଜନତା ନିର୍ଦ୍ଧାରଣ କରିବେ ନେତାଙ୍କ ଭାଗ୍ୟ ।

109

କନକ ବ୍ୟୁରୋ : ନିର୍ବାଚନୀ ମଇଦାନରେ ବହୁତ ଝାଳ ବୁହାଇଲେ ନେତା । ଏବେ ଜନତାଙ୍କ ହାତରେ ନେତାଙ୍କ ରାଜନୈତିକ ଭବିଷ୍ୟତ । ରାତିପାହିଲେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ୍ । ୧୯ ଯୁଦ୍ଧର ଷଷ୍ଠ ପର୍ଯ୍ୟାୟରେ କାଲି ୭ଟି ରାଜ୍ୟର ୫୯ଟି ଲୋକସଭା ଆସନରେ ଭୋଟଗ୍ରହଣ ହେବ । ତେବେ କାଲି ଫୋକସରେ ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନ ।

ଷଷ୍ଠ ପର୍ଯ୍ୟାୟରେ ମୋଟ୍ ୫୯ଟି ଲୋକସଭା ଆସନ ମଧ୍ୟରେ ରହିଛି, ଉତ୍ତରପ୍ରଦେଶର ୧୪ଟି, ହରିୟାଣାର ୧୦ଟି, ବିହାରର ୮ଟି, ଦିଲ୍ଲୀର ୭ଟି, ପଶ୍ଟିମବଙ୍ଗର ୮ଟି, ମଧ୍ୟପ୍ରଦେଶର ୮ଟି, ଝାରଖଣ୍ଡର ୪ଟି ଲୋକସଭା ଆସନ ରହିଛି ।

ତେବେ କାଲି ନିର୍ବାଚନରେ ବାଜିରେ ଲାଗିଛି ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ । ସକାଳ ୭ଟାରୁ ଭୋଟଗ୍ରହଣ ହେବାକୁ ଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ । ୧୯ ମହାଯୁଦ୍ଧର ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଥିବା ବେଳେ ଅନ୍ୟପଟେ ସରଗରମ ହୋଇଛି ଜାତୀୟ ରାଜନୀତି । ମେ ୧୯ ତାରିଖ ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ମେ ୨୩ ତାରିଖରେ ଖୋଲିବ ନେତାଙ୍କ ଭାଗ୍ୟର ପେଡି । ଯେତେବେଳେ ସ୍ପଷ୍ଟ ହୋଇଯିବ କିଏ ଜନତାଙ୍କ ଭରସା ଜିଣିବାରେ ସଫଳ ହୋଇଛି ।