ବ୍ରାଣ୍ଡସ୍ ଅଫ ଓଡିଶା, ପ୍ରାଇଡ ଅଫ ଇଣ୍ଡିଆର ଷଷ୍ଠ ସଂସ୍କରଣ । ଭିଡିଓ ବାର୍ତା ଦେଇ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

98

କନକ ବ୍ୟୁରୋ: ବ୍ରାଣ୍ଡ୍ସ ଅଫ ଓଡି଼ଶା ପ୍ରାଇଡ୍ ଅଫ ଇଣ୍ଡିଆ । ସମ୍ବାଦ କର୍ପୋରେଟ୍ଏକ୍ସିଲେନ୍ସ ଆୱାର୍ଡ- ୨୦୨୩ । ଚଳିତବର୍ଷ ଭୁବନେଶ୍ୱର ହୋଟେଲ ମେ ଫେୟାର କନଭେନସନରେ ଆୟୋଜନ କରାଯାଇଛି ଏହାର ଷଷ୍ଠ ସଂସ୍କରଣ । କାର୍ଯ୍ୟକ୍ରମରେ ପୌରହିତ୍ୟ କରିଛନ୍ତି ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଓଡିଶାରୁ ନିଜ ବ୍ରାଣ୍ଡର ପରିଚୟ ଆରମ୍ଭ କରି, ରାଜ୍ୟ ବାହାରେ ତାର ପ୍ରଚାର ପ୍ରସାର କରିଥିବା ସଂସ୍ଥାଗୁଡିକୁ ପୁରସ୍କୃତ କରିବା । ଏହି ଲକ୍ଷ୍ୟ ନେଇ ସମ୍ବାଦ ପକ୍ଷରୁ ଆୟୋଜନ କରାଯାଉଛି କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସମ୍ବାଦର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ- ଓଏସଡିର ଅଧ୍ୟକ୍ଷ ସୁବ୍ରତ ବାଗଚୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବ୍ରାଣ୍ଡ ସଂପର୍କରେ ବ୍ୟାଖ୍ୟା କରିଛନ୍ତି । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ, ବୃହତ, ମଧ୍ୟମ, କ୍ଷୁଦ୍ର ଏବଂ ଇମର୍ଜିଂ ଓ ଷ୍ଟାର୍ଟଅପ ଭଳି ୫ଟି ବର୍ଗରେ ଶିଳ୍ପ ସଂସ୍ଥାଗୁଡିକ ମଧ୍ୟରୁ ବିଜେତା ଚୟନ କରି ପୁରସ୍କୃତ କରାଯାଇଛି ।

ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡର ଚଳିତ ସଂସ୍କରଣରେ ସାମିଲ ହେବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ବହୁ ପରିମାଣରେ ଆବେଦନ ଆସିଥିଲା । ସ୍ୱାଧୀନ ଓ ନିରପେକ୍ଷ ବିଚାରକ ମଣ୍ଡଳୀ ସେଗୁଡିକୁ ଅନୁଧ୍ୟାନ କରି ବିଜେତାମାନଙ୍କୁ ଚୟନ କରିଥିଲେ ।