ଜମୁଛି ବରଗଡ଼ ଧନୁଯାତ୍ରା  । ଗୋପପୁରରେ ଶ୍ରୀକୃଷ୍ଣଙ୍କ ରାସଲୀଳା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟରେ ଆନମନା ଦର୍ଶକ । 

101

କନକ ବ୍ୟୁରୋ: ଗୋପପୁରରେ କୃଷ୍ଣଙ୍କ ରାସଲୀଳା । ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଷଷ୍ଠ ଦିନରେ ଏହି ଦୃଶ୍ୟ ଅଭିନୀତ ହୋଇଛି । ଗୋପପୁରରେ ଶ୍ରୀକୃଷ୍ଣଙ୍କ ରାସଲୀଳା ଚାଲିଥିବା ବେଳେ ଗୋପୀମାନେ ଯମୁନା ନଦୀ ପାରି ହୋଇ ମଥୁରାକୁ ଦହି ବିକ୍ରି କରିବାକୁ ଯାଉଛନ୍ତି । ଏହି ସମୟରେ ନଟଖଟ କୃଷ୍ଣ ଗୋପୀଙ୍କ ସହ ନୃତ୍ୟଗୀତରେ ମାତିଛନ୍ତି । କେତେବେଳେ ରାଧାଙ୍କ ଠାରୁ ଦୂରେଇ ଯାଉଛନ୍ତି ପୁଣି କେତେ ବେଳେ ରାଧାଙ୍କୁ ପ୍ରେମ ନିବେଦନ କରିଛନ୍ତି । ଏଥିସହ ଯମୁନା ନଦୀରେ ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ ମଧ୍ୟ ଅଭିନୀତ ହୋଇଛି । ସମଗ୍ର ଗୋପପୁର କୃଷ୍ଣ ପ୍ରେମରେ ବିଭୋର ହୋଇଛି । ସେପଟେ ମଥୁରାରେ ଦେବର୍ଷି ନାରଦଙ୍କ ପରାମର୍ଶ କ୍ରମେ ମହାରାଜ କଂସ ଷଡଯନ୍ତ୍ର ପୂର୍ବକ ଧନୁଯାତ୍ରା କରିବାକୁ ଘୋଷଣା କରିଛନ୍ତି ।