କନକ ବ୍ୟୁରୋ : ମଙ୍ଗଳବାର ଦିନ ଦିଲ୍ଲୀରେ ୬୯ ତମ ନ୍ୟାସନାଲ ସନେମା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ସିନେମା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ ରକେଟ୍ରି ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ଗଙ୍ଗୁବାଇ କାଠିଆୱାଡୀ ପାଇଁ ଆଲିଆ ଭଟ୍ଟଙ୍କୁ ଓ ମିମି ଚଳଚିତ୍ର ପାଇଁ କୃତି ସେନନଙ୍କୁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି    ।

ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ନ୍ୟାସନାଲ ଫିଲ୍ମ ପୁରସ୍କାର ବିଜେତାଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ । ସେହି ହିସାବରେ ସେମାନଙ୍କୁ ପୁରସ୍କାର ରାଶି ଓ ପୁରସ୍କାର ପ୍ରଦାନ କରାଯାଇଥାଲ । ଏହି ଦୁଇ ବିଭାଗ ମଧ୍ୟରୁ ପ୍ରଥମ ସ୍ୱର୍ଣ୍ଣ କମଳ ଓ ଦ୍ୱିତୀୟଟି ରଜତ କମଳ ବୋଲି ଗଣନା କରାଯାଏ । ସ୍ୱର୍ଣ୍ଣ କମଳ ବିଜେତାଙ୍କୁ ପୁରସ୍କାର ଭାବେ ଅଧିକ ରାଶି ପ୍ରଦାନ କରାଯାଇଥାଏ  ।

ଆସନ୍ତୁ ଜାଣିବା କେଉଁମାନେ ହେଲେ ପୁରସ୍କୃତ
ଶ୍ରେଷ୍ଠ ଅଭିନେତା : ଅଲ୍ଲୁ ଅର୍ଜୁନ
ଶ୍ରେଷ୍ଠ ଅଭିନେତ୍ରୀ : ଆଲିଆ ଭଟ୍ଟ (ଗଙ୍ଗୁବାଇ କାଠିଆୱାଡୀ), କୃତି ସେନନ୍ (ମିମି)
ଶ୍ରେଷ୍ଠ ସହ ଅଭିନେତା : ପଙ୍କଜ ତ୍ରିପାଠୀ (ମିମି)
ଶ୍ରେଷ୍ଠ ସହ ଅଭିନେତ୍ରୀ : ପଲ୍ଲବୀ ଜୋଶୀ (ଦ କାଶ୍ମୀର ଫାଇଲ୍ସ)
ଶ୍ରେଷ୍ଠ ଫିଚର ଫିଲ୍ମ : ରକେଟ୍ରୀ -ଦ ନମ୍ବୀ ଇଫେକ୍ସ
ଶ୍ରେଷ୍ଠ ନିର୍ଦ୍ଦେଶକ : ନିଖିଲ ମହାଜନ (ଗୋଦାବରୀ ଦ ହୋଲି ୱାଟର)
ଶ୍ରେଷ୍ଠ ହିନ୍ଦୀ ଚଳଚିତ୍ର : ସରକାର ଉଦ୍ଧମ
ଶ୍ରେଷ୍ଠ ସିନେମାଟୋଗ୍ରାଫି : ସରଦାର ଉଦ୍ଧମ
ଶ୍ରେଷ୍ଠ ଶିଶୁ ଚଳଚିତ୍ର : ଭାବେନ ଶାବରୀ
ଶ୍ରେଷ୍ଠ ମ୍ୟୁଜିକ ଡାଇରେକ୍ଟର : ଏମ୍ ଏମ୍ କିରବାନୀ (ଆରଆରଆର) ଓ ଦେବୀ ଶ୍ରୀ ପ୍ରସାଦ (ପୁଷ୍ପା)
ଶ୍ରେଷ୍ଠ ସଂଗୀତକାର : ଚନ୍ଦ୍ର ବୋଷ (କୋଣ୍ଡା ପୋଲମ)
ଶ୍ରେଷ୍ଠ ଏଡିଟିଂ : ସଂଜୟଲୀଲା ଭଂସାଲୀ (ଗଙ୍ଗୁବାଇ କାଠିଆୱାଡୀ)
ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ : କାଲ ଭୈରବ (ଆରଆରଆର)
ଶ୍ରେଷ୍ଠ ଗାୟୀକା : ଶ୍ରେୟା ଘୋଷାଲ
ଶ୍ରେଷ୍ଠ କୋରିଅଗ୍ରାଫି : ପ୍ରେମ ରକ୍ଷିସ୍ତ (ଆର ଆର ଆର)