ଡରାଇବା ଆରମ୍ଭ କଲାଣି ଭୁବନେଶ୍ୱରର ପଜିଟିଭ୍ ରିପୋର୍ଟ । ଦିନକରେ ଚିହ୍ନଟ ହେଲେ ୬୯୮ ସଂକ୍ରମିତ । ସଂକ୍ରମିତଙ୍କ ଭିତରୁ ୫୪୮ ଲୋକାଲ୍ କେସ୍ ।

261

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଏବେ ଚିନ୍ତା ବଢାଇଛି ରାଜଧାନୀ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ମୋଟ ୬୯୮ ନୂଆ କରୋନା ପଜିଟିଭ୍ । ସେ ଭିତରୁ ୧୫୦ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୪୮ ସଂକ୍ରମିତ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି ।

ତେବେ ଭୁବନେଶ୍ୱରର ବରମୁଣ୍ଡା, ବିଜେପି ନଗର, ଚନ୍ଦ୍ରଶେଖରପୁର, ଗଙ୍ଗନଗର, ହଂସପାଳ, ଜୟଦେବ ବିହାର ଆଦି ଅଂଚଳରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରପଡା, ମଂଚେଶ୍ୱର ଓ ଖଣ୍ଡଗିରିରୁ ମଧ୍ୟ ଏକାଧିକ ଲୋକାଲ୍ କେସ୍ ସାମ୍ନାକୁ ଆସିଛି , ଯାହା ବିଏମସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଏହାକୁ ମିଶାଇ ଭୁବନେଶ୍ୱରର ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୪୧୭କୁ ବୃଦ୍ଧି ପାଇଛି । ତେବେ ଏବେ ସହରରୁ ଆଜି ୩୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ମଧ୍ୟ ବିଏମସି ସୂଚନା ଦେଇଛି ।