କନକ ବ୍ୟୁରୋ : ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସେଲଫି ନେବାବେଳେ ମହାନଦୀକୁ ଖସିପଡିଥିଲେ । ଚାଉଁରପୁର ବ୍ରିଜ ଉପରୁ ଖସି ପଡିଥିଲେ । ସୂଚନାନୁସାରେ, ବ୍ରିଜ ଉପରୁ ଡେଇଁ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା  । ବ୍ରିଜ ଉପରେ ବ୍ୟକ୍ତି ଜଣଙ୍କ ସ୍କୁଟି ଥିବା ଦେଖିବାକୁ ମିଳିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ଏବେ ଉଦ୍ଧାର ପରେ ସେଲଫି ନେବାବେଳେ ବ୍ୟକ୍ତି ଜଣଙ୍କ ଖସିପଡିଥିବା କହିଛନ୍ତି ।

Advertisment