ଗତବର୍ଷ ସାଧାରଣତନ୍ତ୍ର ଦିବସ ଅବସରର କିଛି ଅଭୁଲା ସ୍ମୃ୍ତି ! ଫଟୋରେ ଫଟୋରେ ଦେଖନ୍ତୁ ସାହସୀ ବାହାଦୁରଙ୍କ ବିଜୟ ଗାଥାର ଚିତ୍ର ।

191

ଗତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଗତ ଦିନର ଅଭୁଲା ସ୍ମୃତିକୁ ଉଜାଗର କରୁଥିବା କିଛି ଫଟୋ । ଯାହାକୁ ଦେଖି ଗର୍ବରେ ଆପଣ କହିଉଠିବେ ମୁଁ ଭାରତୀୟ ଏବଂ ଆଖିରୁ ବାହାରି ଆସିବ ଆତ୍ମସ୍ଫୃହାର ଖୁସି ।

୧ . ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀ ଅମର ଯବାନ ଜ୍ୟୋତି ସ୍ଥଳରେ ସାଲ୍ୟୁଟ୍ କରୁଥିôବା ଭାରତର ତିନି ପ୍ରତିରକ୍ଷା ବାହିନୀର ମୁଖ୍ୟ । ବାମ ପାଶ୍ୱର୍ରେ ଭାରତୀୟ ସ୍ଥଳସେନାର ଜେନେରାଲ୍ ବିପିନ ରାୱତ,ମଧ୍ୟରେ ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ୍ ସୁନୀଲ୍ ଲାମ୍ବା ଏବଂ ଡାହାଣ ପାଶ୍ୱର୍ରେ ବାୟୁସେନାର ବାୟୁ ମୁଖ୍ୟ ମାର୍ସଲ୍ ବିରେନ୍ଦ୍ର ସିଂହ ଢାନୋଆ ।

୨ . ସାଧାରଣତନ୍ତ୍ର ଦିବସରେ ବୀର ଦର୍ପରେ ଚାଲିଆସୁଥିବା ଭାରତୀୟ ନୌସେନାର ପ୍ୟାରେଡର ଚିତ୍ର ।

୩ . ଜାନୁଆରୀ ୨୬ ଅବସରରେ ପ୍ୟାରେଡ୍ ଉପଭୋଗ କରିବାକୁ ଆସିଥିବା ଦର୍ଶକଙ୍କ ମଧ୍ୟରେ ଦେଶପ୍ରତି ଥିବା ପ୍ରେମର ବହ୍ନି । ଜାତୀୟ ପତାକାକୁ ଉଡାଇ ଦେଶପ୍ରୀତିର ପ୍ରମାଣ ଦେଉଛନ୍ତି ଦର୍ଶକ ।

୪ . ସାଧାରଣତନ୍ତ୍ର ଦିବସ ଅବସରରେ ଆକାଶ ମାର୍ଗରେ ଉଡାଯାଉଛି ଜାତୀୟ ରଙ୍ଗର ଫଗୁ ।

୫ . ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହିଦ୍ ଗରୁଡ କମାଣ୍ଡୋ ଜେପି ନିରାଲାଙ୍କ ଧର୍ମପତ୍ନୀଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରୁଥିବାର ଭବ୍ୟ ସମୟ ।

୬ . ଅଶୋକ ଚକ୍ରରେ ସମ୍ମାନିତ ହେବା ପରେ ସହିଦ୍ ଗରୁଡ କମାଣ୍ଡୋ ଜେପି ନିରାଲାଙ୍କ ବୀରଗାଥାର ପରାକାଷ୍ଠା ଶୁଣି ରାଷ୍ଟ୍ରପତିଙ୍କ ଆଖିରେ ଅଶ୍ରୁ ଆସିଥିବା ସମ୍ବେଦନ ସମୟ ।