ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୬୮୩ ପଜିଟିଭ୍ । କ୍ୱାରେଣ୍ଟାଇନରୁ ଚିହ୍ନଟ ହେଲେ ୧୦୭, ଲୋକାଲ୍ କେସ୍ ୫୭୬ । 

213

କନକ ବ୍ୟୁରୋ: ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୬୮୩ କୋଭିଡ୍ ପଜିଟିଭ୍ । ଯେଉଁଥିରୁ ୧୦୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୭୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି । ତେବେ ଗୋଟିଏ ଦିନରେ ରାଜଧାନୀରୁ ଏତେ ସଂଖ୍ୟାରେ ଲୋକାଲ୍ କେସ୍ ଚିହ୍ନଟ ହେବା ବିଏମସି ପାଇଁ ଚିନ୍ତା ବଢାଇଛି ।

ବିଏମସିର ରିପୋର୍ଟ ମୁତାବକ, ଚନ୍ଦ୍ରଶେଖରପୁର, ପୋଖରୀପୁଟ, ଖାରବେଳ ନଗର, ଲିଙ୍ଗରାଜ ନଗରରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବରମୁଣ୍ଡା, ଚନ୍ଦ୍ରଶେଖରପୁର, ଖଣ୍ଡଗିରି,  ଆଇଆରସି ଭିଲେଜ୍, ମଂଚେଶ୍ୱର, ନୟାପଲ୍ଲୀ ଆଦି ଅଂଚଳରୁ ମଧ୍ୟ ଅନେକ ଲୋକାଲ୍ କେସ୍ ସାମ୍ନାକୁ ଆସିଛି । ଏହାକୁ ମିଶାଇ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ପାର୍ କରିଛି । ଏବେ ରାଜଧାନୀରେ ୫୧୧୩ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ତେବେ ଗତ ୨୪ ଘଂଟା ଭିତରେ ରାଜଧାନୀରୁ ୩୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ବିଏମସି ରିପୋର୍ଟ ଦେଇଛି ।