ଇଚ୍ଛା ଆଗରେ ହାର ମାନିଛି ବୟସ । ବୈଷ୍ଣୋ ଦେବୀ ଦର୍ଶନ ପାଇଁ ବୁଢୀ ମାଉସୀଙ୍କ ସାଇକେଲ ଯାତ୍ରା । ସାଇକେଲରେ ଗଲେ ୨,୨୦୦ କିଲୋମିଟର ।

278

କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ପଙ୍ଗୁ ବି ପର୍ବତ ଲଙ୍ଘେ । ଠିକ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ଧୋବ ଫରଫର କେଶ, ବୟସ ୬୮ ବର୍ଷ ହେଲେ ହାରି ଯାଇନାହାନ୍ତି ଏହି ବୁଢୀ ମାଉସୀ । ବୈଷ୍ଣବ ଦେବୀଙ୍କ ଦର୍ଶନ ପାଇଁ ଆରମ୍ଭ କରିଛନ୍ତି ସାଇକେଲ ଯାତ୍ରା । ମହାରାଷ୍ଟ୍ରର ବୁଲଦାନା ଜିଲ୍ଲାରୁ ବୁଢି ମାଉସୀ ଜଣକ ୨ ହଜାର ୨୦୦ କିଲୋମିଟ ସାଇକେଲରେ ଦେବୀ ଦର୍ଶନ ପାଇଁ ବାହାରି ପଡିଛନ୍ତି ।

ବୁଢି ମାଉସୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ରତନ ସାରଦା ନାମକ ଜଣେ ଟ୍ୱିଟର ୟୁଜର ବୁଢିମାଉସୀଙ୍କ ଭିଡିଓ କରି ଅପଲୋର୍ଡ କରିଥିଲେ । ତେବେ ଏନେଇ ବୃଦ୍ଧାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ବର୍ତ୍ତମାନ ନବରାତ୍ର ପୂଜା ପାଇଁ ବୈଷ୍ଣବ ଦେବୀରେ ଲୋକଙ୍କ ଭିଡ ଜମୁଛି । ମନରେ ଶ୍ରଦ୍ଧା ଓ ଭକ୍ତି ନେଇ କାହିଁ କେତେ ଦୂରରୁ ଲୋକମାନେ ବୈଷ୍ଣବ ଦେବୀ ଯାତ୍ରା କରିଛନ୍ତି । ହେଲେ ଏହି ବୁଢୀ ମାଉସୀଙ୍କ କାହାଣୀ ଟିକେ ଅଲଗା । ତାଙ୍କ ଭକ୍ତି ଓ ଶ୍ରଦ୍ଧା ସମସ୍ତଙ୍କଠାରୁ ଭିନ୍ନ । ବୟସର ଅପରାହ୍ଣରେ ସେ ସାଇକେଲରେ ବାହାରିଛନ୍ତି ବୈଷ୍ଣବ ଦେବୀ ଦର୍ଶନ ପାଇଁ ।

ଏତେ କିଲୋମିଟର ରାସ୍ତା ଅତିକ୍ରମ କଲା ପରେ ମଧ୍ୟ ସେ ଥକିଲା ଭଳି ନଜର ଆସିନାହାନ୍ତି । ବୁଢୀ ମାଉସୀ ଜଣକ ତାଙ୍କ ସାଙ୍ଗରେ ସବୁ ଆବଶ୍ୟକୀୟ ସାମଗ୍ରୀ ଓ ଗୋଟିଏ ଦେବୀ ମାଙ୍କ ଫଟୋ ରଖିଛନ୍ତି । ତାଙ୍କ ଭକ୍ତି ଓ ଶ୍ରଦ୍ଧା ପାଇଁ ଲୋକମାନେ ତାଙ୍କ ପାଇଁ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି ।