କନକ ବ୍ୟୁରୋ: ଓଡ଼ିଶାରେ ଗତ ତିନି ବର୍ଷରେ ୨୦୧୬ରୁ ୨୦୧୮ଭିତରେ ୬୮ ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି। ରାଜ୍ୟସଭାରେ ସାଂସଦ ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି କିଷାନ ରେଡ୍ଡୀ।

Advertisment

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୧୬-୧୮ ମଧ୍ୟରେ ଓଡ଼ିଶାରେ ମାଓ ହିଂସାରେ ୫୬ ଜଣ ସାଧାରଣ ନାଗରିକ ଓ ୧୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ। ଗତ ତିନି ବର୍ଷରେ ଓଡ଼ିଶାକୁ ସୁରକ୍ଷା ସମ୍ପର୍କିତ ବ୍ୟୟବରାଦ ଯୋଜନା ଅନ୍ତର୍ଗତ ୧୪୫.୧୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତବର୍ଷ ନଭେମ୍ବର ୨୭ ସୁଦ୍ଧା ୯.୭୫ କୋଟି ଟଙ୍କା ମଞ୍ଜୁରି କରାଯାଇଛି। ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ବାବଦରେ ଓଡ଼ିଶାକୁ ୨୦୧୭-୧୮ରୁ ନଭେମ୍ବର ୨୦୧୮ ସୁଦ୍ଧା ୧୧୬.୬୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସ୍ବତନ୍ତ୍ର ଭିତ୍ତିଭୂମି ନିର୍ମାଣ ପାଇଁ ୨୦୧୭-୧୮ରେ ୬ କୋଟି ଟଙ୍କା ମଞ୍ଜୁରି କରାଯାଇଥିବାର କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି।