ରଜନୀକାନ୍ତଙ୍କୁ ‘ଦାଦାସାହେବ ଫାଲକେ ଆୱାର୍ଡ’ । ଅଭିନୟରେ କଙ୍ଗନା, ମନୋଜ ବାଜପେୟୀ ଓ ଧନୁଶ ଶ୍ରେଷ୍ଠ

172

କନକ ବ୍ୟୁରୋ: ଆଜି ଅନୁଷ୍ଠିତ ହୋଇଯାଇଛି ୬୭ ତମ ଜାତୀୟ ଫିଲ୍ମ ଆୱାର୍ଡ ଉତ୍ସବ । ଏଥିରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ପିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ ଦାଦା ସହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଛି ।

ଶ୍ରେଷ୍ଠ ଅଭିନେତ୍ରୀ ଭାବେ କଙ୍ଗନା ରଣାୱତଙ୍କ(ପଙ୍ଗା, ମଣିକର୍ଣ୍ଣିକା), ଶ୍ରେଷ୍ଠ ଅଭିନେତା ପାଇଁ ମନୋଜ ବାଜେପେୟୀ(ଭୋଂସଲେ) ଓ ଧନୁଶ(ଅସୁରନ୍)ଙ୍କୁ ପୁରସ୍କୁୃତ କରାଯାଇଛି । ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଆୱାର୍ଡ ଫିଲ୍ମ ‘ଛିଛୋରେ’କୁ ମିଳିଛି । ସ୍ୱର୍ଗତ ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ ୨୦୧୯ ରେ ରିଲିଜ୍ ହୋଇଥିଲା ।

ଏହି କ୍ରମରେ ପୁରସ୍କାର ତାଲିକା :
ଶ୍ରେଷ୍ଠ ପାଶ୍ୱର୍ ଅଭିନେତା – ବିଜୟ ସେଥୁପତି
ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ- ପଲ୍ଲବୀ ଯୋଶୀ
ଶ୍ରେଷ୍ଠ ନିର୍ଦ୍ଦେଶକ- ସଞ୍ଜୟ ପୁରନ୍ ସିଂହ
ଶ୍ରେଷ୍ଠ ଲିରିକ୍- ପ୍ରଭା ବର୍ମା (କାଲାମ୍ବି, ତାମିଲ)
ଶ୍ରେଷ୍ଠ ହିନ୍ଦୀ ଫିଲ୍ମ- ‘ଛିଛୋରେ’
ଶ୍ରେଷ୍ଠ ଓଡିଆ ଫିଲ୍ମ- ‘କାଲିର ଅତୀତ’ ଓ ‘ସଲା ବୁଢାର ବଦଲା’