ମିଳିତ ଜାତିସଂଘ ସାଧାରଣ ପରିଷଦର ୭୫ତମ ଅଧିବେଶନ : ଆଜି ପ୍ରଥମ ବକ୍ତା ଭାବେ ମତ ରଖିବେ ପ୍ରଧାନମନ୍ତ୍ରୀ ମୋଦ; ଆତଙ୍କବାଦ, ଚିରନ୍ତନ ବିକାଶ, ଜଳବାୟୁ ପରିବର୍ତନ ସହ ସାମୁହିକ ସହଭାଗୀତାକୁ ଗୁରୁତ୍ୱ ଦେବା ସମ୍ଭାବନା

ପୂର୍ବରୁ ରେକର୍ଡ ଭାଷଣ ନ୍ୟୁୟର୍କରେ ହେବ ପ୍ରଦର୍ଶୀତ

74

କନକ ବ୍ୟୁରୋ : ମିଳିତ ଜାତିସଂଘ ସାଧାରଣ ପରିଷଦକୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପରିଷଦର ୭୫ତମ ଅଧିବେଶନରେ ମୋଦି ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରାତଃ ଅଧିବେଶନର ପ୍ରଥମ ବକ୍ତା ଭାବେ ନିଜର ମତ ରଖିବେ ମୋଦି । କରୋନା ମହାମାରୀ ସମୟରେ ଏହି ଅଧିବେଶନର ଅଧିକାଂଶ ଭାଷଣ ଭର୍ଚ୍ୟୁଆଲ ମାଧ୍ୟମରେ ହେବ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ରେକର୍ଡ ହୋଇଥିବା ଭାଷଣକୁ ନ୍ୟୁୟର୍କ ସ୍ଥିତ ୟୁଏନଜିଏନ୍ ହଲ୍ରେ ପ୍ରଦର୍ଶନ କରାଯିବ । ଆମେ ଚାହୁଁଥିବା ଭବିଷ୍ୟତ, ମିଳିତ ଜାତିସଂଘର ଆବଶ୍ୟକତା ଶୀର୍ଷକ ରଖାଯାଇଛି ଚଳିତ ଅଧିବେଶନର ପ୍ରସଙ୍ଗ ।

ଜାତିସଂଘରେ ଭାରତ ଆତଙ୍କବାଦ ବିରୋଧୀ ଅଭିଯାନକୁ ଅଧିକ ଗୁରୁତ୍ୱ ଦେବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ବିଶ୍ୱରୁ ସବୁଠାରୁ ଅଧିକ ଶାନ୍ତି ସେନା ପ୍ରେରଣ କରୁଥିବା ଦେଶ ଭାରତ ହୋଇଥିବାରୁ ଏଦିଗରେ ଜାତିସଂଘ ଏକ ବଡ ଓ ନିଶ୍ଚିତ ପଦକ୍ଷେପ ନେବା ଦିଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇପାରନ୍ତି । ଚିରନ୍ତନ ବିକାଶ ଓ ଜଳବାୟୂ ପରିବର୍ତନ ମଧ୍ୟ ଏକ ପ୍ରସଙ୍ଗ ଭାବେ ଉଠାଇ ପାରନ୍ତି । ସାମଗ୍ରିକ ଭାବେ ଭାରତ ବିଶ୍ୱ ସମୁଦାୟର ମିଳିତ ଉଦ୍ୟମକୁ ଗୁରୁତ୍ୱ ଦେବ ବୋଲି କୁହାଯାଉଛି ।

Comments are closed.