କନକ ବ୍ୟୁରୋ : ମିଳିତ ଜାତିସଂଘ ସାଧାରଣ ପରିଷଦକୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପରିଷଦର ୭୫ତମ ଅଧିବେଶନରେ ମୋଦି ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରାତଃ ଅଧିବେଶନର ପ୍ରଥମ ବକ୍ତା ଭାବେ ନିଜର ମତ ରଖିବେ ମୋଦି । କରୋନା ମହାମାରୀ ସମୟରେ ଏହି ଅଧିବେଶନର ଅଧିକାଂଶ ଭାଷଣ ଭର୍ଚ୍ୟୁଆଲ ମାଧ୍ୟମରେ ହେବ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ରେକର୍ଡ ହୋଇଥିବା ଭାଷଣକୁ ନ୍ୟୁୟର୍କ ସ୍ଥିତ ୟୁଏନଜିଏନ୍ ହଲ୍ରେ ପ୍ରଦର୍ଶନ କରାଯିବ । ଆମେ ଚାହୁଁଥିବା ଭବିଷ୍ୟତ, ମିଳିତ ଜାତିସଂଘର ଆବଶ୍ୟକତା ଶୀର୍ଷକ ରଖାଯାଇଛି ଚଳିତ ଅଧିବେଶନର ପ୍ରସଙ୍ଗ ।
ଜାତିସଂଘରେ ଭାରତ ଆତଙ୍କବାଦ ବିରୋଧୀ ଅଭିଯାନକୁ ଅଧିକ ଗୁରୁତ୍ୱ ଦେବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ବିଶ୍ୱରୁ ସବୁଠାରୁ ଅଧିକ ଶାନ୍ତି ସେନା ପ୍ରେରଣ କରୁଥିବା ଦେଶ ଭାରତ ହୋଇଥିବାରୁ ଏଦିଗରେ ଜାତିସଂଘ ଏକ ବଡ ଓ ନିଶ୍ଚିତ ପଦକ୍ଷେପ ନେବା ଦିଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇପାରନ୍ତି । ଚିରନ୍ତନ ବିକାଶ ଓ ଜଳବାୟୂ ପରିବର୍ତନ ମଧ୍ୟ ଏକ ପ୍ରସଙ୍ଗ ଭାବେ ଉଠାଇ ପାରନ୍ତି । ସାମଗ୍ରିକ ଭାବେ ଭାରତ ବିଶ୍ୱ ସମୁଦାୟର ମିଳିତ ଉଦ୍ୟମକୁ ଗୁରୁତ୍ୱ ଦେବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/time-100-Narendra-Modi.jpg)
/kanak/media/post_attachments/wp-content/uploads/2020/09/ikuh.ukj_.jpg)