ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା: ଫିଲ୍ମ ମମ୍ ପାଇଁ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ । ବିନୋଦ ଖାନାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

47

କନକ ବ୍ୟୁରୋ: ୬୫ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ଜୀବନବ୍ୟାପୀ ଉଲ୍ଲେଖନୀୟ ଅବଦାନ ପାଇଁ ବିନୋଦ ଖାନ୍ନାଙ୍କୁ ମିଳିଛି ଦାଦା ସାହେବ ଫାଲକେ ସମ୍ମାନ । ସେହିଭଳି ଶ୍ରୀଦେବୀ ପାଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ଫିଲ୍ମ ମମ୍ ପାଇଁ ଶ୍ରୀଦେବୀଙ୍କୁ ଏହି ପୁରସ୍କାର ମିଳିଛି । ନ୍ୟୁଟନ ଶ୍ରେଷ୍ଠ ଚଳଚିତ୍ର ବିବେଚିତ ହୋଇଛି । ଇଂଟରଟେନର ଫିଲ୍ମ ଅଫ ଦି ଇୟର ବାହୁବଳୀ-୨କୁ ମିଳିଛି । ବାହୁବଳୀ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରହମାନ ପାଇବେ । ଓଡିଆ ଫିଲ୍ମ ହ୍ୟାଲୋ ଆର୍ଶୀ ବେଷ୍ଟ ଫିଲ୍ମ ପୁରସ୍କାର ପାଇଛି ।

ସେହିପରି ଶ୍ରେଷ୍ଠ ସହ ଅଭିନେତାଭାବେ ଫହାଦ୍ ଫାଜଲ୍, ଶ୍ରେଷ୍ଠ ଅଭିନେତ୍ରୀଭାବେ ଦିବ୍ୟା ଦତ୍ତା ମନୋନୀତ ହୋଇଛନ୍ତି। ଏ ଆର୍ ରହମାନ୍ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକଭାବେ ସମ୍ମାନିତ ହେବେ। ୟେଶୁ ଦାସ ଏଥର ଶ୍ରେଷ୍ଠ ଗାୟକ ଏବଂ ଶଶା ତିରୁପତି ଶ୍ରେଷ୍ଠ ଗାୟିକା ଏହି ପୁରସ୍କାର ପାଇବେ। ଓଡ଼ିଆ ସିନେମା ‘ହେଲୋ ଆରସି’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରଭାବେ ପୁରସ୍କାରଲାଗି ମନୋନୀତ କରାଯାଇଛି । ବିନୋଦ ଖାନ୍ନାଙ୍କୁ ମରଣୋତ୍ତର ଦାଦାସାହେବ୍ ଫାଲକେ ପୁରସ୍କାର ପ୍ରଦାନ କରାଯିବ ।