ବୟସର ଅପରାହ୍ଣରେ ଏବେବି ତରୁଣ ‘ତରୁଣ ଚାଟାର୍ଜୀ’ । ୬୫ ବର୍ଷରେ ଅଛନ୍ତି ପୂରା ଫିଟ୍ । ଜାଣନ୍ତୁ ତାଙ୍କ ସୁନ୍ଦର ସ୍ୱାସ୍ଥ୍ୟର ସିକ୍ରେଟ କଣ ? କେମିତି ରହିଛି ଜୀବନଶୈଳୀ, କଣ କଣ ଖାଆନ୍ତି ସ୍ୱାସ୍ଥ୍ୟ ପାଇଁ…?

1,008

କନକ ବ୍ୟୁରୋ: ବାଲେଶ୍ୱରର ୬୫ ବର୍ଷର ଟୋକା । ବୁଢା ବୟସରେ ବି ପୂରା ଫିଟ୍ । ନାମ ଯେମିତି କାମ ବି ସେମିତି । ନାଁ ତରୁଣ, ସେ ଦେଖିବାକୁ ବି ତରୁଣ । ତାଙ୍କୁ ୨୫ କି ୩୦ ବର୍ଷ ହୋଇନି ମ… ପୂରା ୬୫ରେ ପାଦ ଦେଲେଣି ସେ । ତଥାପି ବୟସର ଅପରାହ୍ଣରେ ସେ ଏବେବି ଫିଟ୍ ଆଣ୍ଡ ଫାଇନ । ବୁଢା ବୟସରେ ବି ସେ ତରୁଣ ଅଛନ୍ତି । ଯେଉଁ ବୟସରେ ଲୋକେ ନାତିନାତୁଣୀ ସହ ସମୟ ବିତାଇବା କଥା, ଭଜନ କିର୍ତ୍ତନରେ ସମୟ ତିବାହିତ କରିବା କଥା । କିମ୍ବା ଅନେକଙ୍କ କ୍ଷେତ୍ରରେ ବି ରୋଗ ବିଛଣାରେ ପଡି ମୃତ୍ୟୁର ଅପେକ୍ଷାରେ ଥିବା ଦେଖିବାକୁ ମିଳୁଛି । ସେହି ବୟସରେ କିନ୍ତୁ ନିଜ ଶରୀରର ଯତ୍ନ ନେଇ ଯୁବକ ଭଳି ଦେଖାଯାଉଛନ୍ତି ବାଲେଶ୍ୱରର ତରୁଣ କୁମାର ଚାଟାର୍ଜୀ ।

ଯୁବାବସ୍ଥାରେ ଜିମ ଏବଂ ସ୍ୱାସ୍ଥ୍ୟ ପ୍ରତି ଅନେକ ସଚେତନ ଥିବା ତରୁଣ ୨୦୧୬ରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରୁ ଅବସର ନେବା ପରେ ପୁଣି ଥରେ ନିଜ ସ୍ୱାସ୍ଥ୍ୟ ଗଢିବାରେ ଲାଗି ପଡିଛନ୍ତି । ସନ୍ତୁଳିତ ଆହାର, ନିୟମିତ ବ୍ୟାୟାମ, ପରିବର୍ତ୍ତିତ ଜୀବନ ଶୈଳୀ ହିଁ ତାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପଛର ସିକ୍ରେଟ ବୋଲି କୁହନ୍ତି ତରୁଣ । ତେବେ ବଡି ବିଲ୍ଡି ପାଇଁ କଣ ରହେ ତରୁଣଙ୍କ ସକାଳର ଖାଦ୍ୟ ଆଉ କଣ କଣ ଖାଆନ୍ତି ସେ ଶୁଣନ୍ତୁ ତାଙ୍କ ମୁହଁରୁ…

ତେବେ ବ୍ୟାୟାମ, କସରତ ସହ ଖାଦ୍ୟ ଯେତିକି ଜରୁରୀ । ସମୟ ଅନୁସାରେ ନିଦ୍ରାର ବି ବହୁତ ଆବଶ୍ୟକ । ଯୁବବର୍ଗ ଲେଟ୍ ନାଇଟ୍ ଯାଏଁ ଚାଟିଂ, ମୋବାଇଲରେ ବ୍ୟସ୍ତ ରହି ସକାଳେ ଡେରିରେ ଉଠୁଛନ୍ତି ଏହା ସହ ଡେରିରେ ଜଳଖିଆ କରୁଛନ୍ତି ଯାହା ସ୍ୱାସ୍ଥ୍ୟ ପ୍ରତି ଉଚିତ ନୁହେଁ । ବୟସ୍କ ଲୋକ ଅର୍ଥାତ ନିଜ ସମ ସାମୟିକଙ୍କ ପାଇଁ ବି ଟିପ୍ସ ଦେଇଛନ୍ତି ତରୁଣ । କରୋନା କାଳରେ ନିଜକୁ ଫିଟ୍ ରଖିବାକୁ ଏ ସବୁ ଅଭ୍ୟାସ କରିବା ସହ ଆଣ୍ଠୁଗଣ୍ଠିରେ ତେଲ ମସାଜ କରିବାକୁ ବି ପରାମର୍ଶ ଦେଇଛନ୍ତି ୬୫ ବର୍ଷ ଯୁବକ ।