ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ । ଖୋଜାଖୋଜି ପରେ ବି ଦମକଳ ବାହିନୀକୁ ମିଳୁନି ପତ୍ତା ।

61

କନକ ବ୍ୟୁରୋ : ରାଜଧାନୀ ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ ଜଣେ ବୃଦ୍ଧ ନଦୀରେ ଭାସିଯାଇଥିବା ଖବର ଆସିଛି । ବାଣପୁର ଶାଳିଆ ନଦୀରେ ଭାସିଯାଇ ଜଣେ ୬୫ ବର୍ଷୀୟ ବ୍ୟକ୍ତି ନିଖୋଜ ହୋଇଛନ୍ତି । ବୃଦ୍ଧ ଜଣଙ୍କ ବାଣପୁର ମାଣିକପୁର ଗାଁର ଚରଣ ବେହେରା । ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୃଦ୍ଧ ଜଣଙ୍କ ଭାସିଯାଇଥିବା ସୂଚନା ରହିଛି ।

ମିଳିଥିବା ସୂଚନା ମୁତାବକ, ବାଣପୁର ବ୍ଳକ ତୁମ୍ଭରାପୁଟ ପଞ୍ଚାୟତ ମାଣିକପୁର ଗ୍ରାମର ଶାଳିଆ ନଦୀକୁ ଗାଧୋଇବାକୁ ଯାଇ ଚରଣ ବେହେରା ଭାସି ଯାଇଥିଲେ । ଅନେକ ଖୋଜାଖୋଜି ପରେ ବି ବୃଦ୍ଧଙ୍କ ପତ୍ତା ମିଳୁନଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ଦମକଳ ବାହିନୀ । ନଦୀ ଓ ଏହାର ଆଖପାଖ ଅଞ୍ଚଳରେ ଦମକଳ ବାହିନୀ ଖୋଜାଖୋଜି ଜାରି ରଖିଛି ।