କନକ ବ୍ୟୁରୋ: ଖାଲି ପଡିଥିବା ଦେଢ ଲକ୍ଷ ମୂଳ ସରକାରୀ ପଦବୀକୁ ଆଗାମୀ ୫ ବର୍ଷ ମଧ୍ୟରେ ନିରପେକ୍ଷ ଓ ସ୍ୱଚ୍ଛତାର ସହିତ ପୂରଣ କରିବା ପାଇଁ ବ୍ୟାପକ ନିଯୁକ୍ତି ଅଭିଯାନ ହାତକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏଥି ମଧ୍ୟରୁ ପ୍ରଥମ ୨ ବର୍ଷରେ ୬୫ ହଜାର ପଦବୀ ପୂରଣ କରାଯିବ ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋଟ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ। ବଜେଟରେ ପ୍ରାୟ ସବୁ ବର୍ଗଙ୍କୁ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର। ବିଶେଷକରି ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ଉପରେ ଅଧିକ ଫୋକସ ଦିଆଯାଇଛି। ବଡ଼ କଥା ହେଉଛି, ପୂର୍ବ ସରକାର ଯେଉଁସବୁ ଯୋଜନା ଆରମ୍ଭ କରିଥିଲେ, ସେସବୁର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ଏହାସହ କିଛି ନୂଆ ଯୋଜନା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/43-8.jpg)