କନକ ବ୍ୟୁରୋ: କୋଟିଆ ଗ୍ରାମପୁଞ୍ଜରେ ପଂଚାୟତ ନିର୍ବାଚନକୁ ଭଣ୍ଡରୁ କରିବାର ଆନ୍ଧ୍ରର ଷଡଯନ୍ତ୍ର ବିଫଳ ହୋଇଛି । କୋଟିଆରେ ସୁରୁଖୁରୁରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ଭୋଟ୍ ପଡିଛି । କୋଟିଆରେ ଆଜି ୬୫% ମତଦାନ ହୋଇଛି । ୧୩ଟି ବୁଥରେ ଶାନ୍ତି ଶୃଙ୍କଳା ସହ ଭୋଟ ଦେଇଥିଲେ କୋଟିଆବାସୀ । ମତଦାନ ସମ୍ପର୍କରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି । ସେପଟେ ମତଦାନ ପରେ ପଟାଙ୍ଗୀ ବିଧାୟକ ପ୍ରତିକିୟା ରଖିଛନ୍ତି, କହିଲେ ଫେଲ ମାରିଲା ପଡୋଶୀ ରାଜ୍ୟ ଆନ୍ଧ୍ରର ଷଡଯନ୍ତ୍ର । ସରକାର ଓ ସ୍ଥାନୀୟ ପ୍ରଶାସନ ପାଇଁ ଏହି ମତଦାନ ସଫଳ ହୋଇଛି ।

Advertisment

ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ସିଲ୍ କରିଥିଲା ଓଡିଶା ପ୍ରଶାସନ । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଗତବର୍ଷ ଆନ୍ଧ୍ର ଏଠାରେ ଏକତରଫା ନିର୍ବାଚନ କରିଥିଲା । ଏବେ ପାଳି ଓଡିଶାର । ପଂଚାୟତ ପାଇଁ ଆଜି କୋଟିଆରେ ଶାନ୍ତି ଶୃଙ୍ଖଳା ସହ ମତଦାନ ହୋଇଛି । ମାଟି ଆଗରେ ପାର୍ଟି ପଛରେ ନାରା ଦେଉଥିବା ଜିଲ୍ଳାର ଆଗଧାଡ଼ିର ରାଜନେତା କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମନୋନିତ କରି ଥିଲେ ଯାହାକୁ ଟକ୍କର ଦେଉଛନ୍ତି ଜଣେ ସ୍ୱାଧିନ ପ୍ରାର୍ଥୀ । କୋଟିଆରେ ଏଥର ୫ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏବେ ସମସ୍ତଙ୍କ ନଜର ରହିଛି କୋଟିଆରେ ଓଡିଶାର ଭୋଟ ଉପରେ ।