୮ ଜିଲ୍ଲାରୁ ଆଉ ୬୫ ନୂଆ ପଜିଟିଭ ଚିହ୍ନଟ: ଯାଜପୁରରେ ସର୍ବାଧିକ ୩୧, ଗଂଜାମରେ ୧୩ ଓ କଟକରୁ ଠାବ ହେଲେ ୬ ସଂକ୍ରମିତ; ଆକ୍ରାନ୍ତ ତାଲିକାରେ ବାଲେଶ୍ୱରକୁ କାଟି ୧୨୦ ଟପିଲା ଯାଜପୁର

2,392

କନକ ବ୍ୟୁରୋ: ରାଜ୍ୟରେ ପୁଣି ନୂଆ ୬୫ କରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି । ୮ଟି ଜିଲ୍ଲାରୁ ଆଜି ୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଯାଜପୁର, ପୁରୀ, ଗଂଜାମ, ଖୋର୍ଧା, କଟକ, କେନ୍ଦ୍ରାପଡା, ମୟୂରଭଂଜ ଏବଂ ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି ବିଭାଗ । ସେହିଭଳି ଆଜି ଚିହ୍ନଟ ହୋଇଥିବା ୬୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାଜପୁର ଜିଲ୍ଲାରୁ ।

ତେବେ ଯାଜପୁରରୁ ସର୍ବାଧିକ ୩୧, ଗଂଜାମରୁ ୧୩, କଟକରୁ ୬, କେନ୍ଦ୍ରାପଡାରୁ ୪, ପୁରୀରୁ ୪, ଖୋର୍ଧାରୁ ୩, ମୟୁରଭଂଜରୁ ୨ ଏବଂ ନୟାଗଡରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିବା ସହ ବାଲେଶ୍ୱରରୁ ମଧ୍ୟ ଟପିଯାଇଛି ଅର୍ଥାତ୍ ଆଜିର ଆକ୍ରାନ୍ତଙ୍କ ମିଶାଇରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧୨୧କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ ରହିଛି ।

ଗଂଜାମରେ ଆଜି ମଧ୍ୟ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୭କୁ ବୃଦ୍ଧି ପାଇଛି । ସେହିଭଳି ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ କେନ୍ଦ୍ରାପଡାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ ଏବଂ ନୂଆ ଆକ୍ରାନ୍ତଙ୍କୁ ମିଶାଇ ପୁରୀ ଜିଲ୍ଲାରେ ମୋଟ ଆକ୍ରାନ୍ତ ୧୮କୁ ବୃଦ୍ଧି ପାଇଛି । ସେହିଭଳି ଖୋର୍ଧା ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଥିବା ବେଳେ ମୟୁରଭାଂଜ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଏବଂ ନୂଆ ଆକ୍ରାନ୍ତଙ୍କୁ ମିଶାଇ ନୟାଗଡ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ବଡ କଥା ହେଉଛି ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୬୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ ଆକ୍ରାନ୍ତ କ୍ୱାରେଂଟାଇନ ସେଂଟରରେ ରହିଥିବା ବେଳେ ୩ ଜଣ ହୋମ କ୍ୱାରେଂଟିନରେ ଥିଲେ ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।