କରୋନାର ଦ୍ୱିତୀୟ ଲହରରେ ଯାଇଛି ୬୪୬ ଡାକ୍ତରଙ୍କ ଜୀବନ । ପଢନ୍ତୁ କେଉଁ ରାଜ୍ୟରେ କେତେ ?

କରୋନାର ଦ୍ୱିତୀୟ ଲହରରେ ଯାଇଛି ୬୪୬ ଡାକ୍ତରଙ୍କ ଜୀବନ । ପଢନ୍ତୁ କେଉଁ ରାଜ୍ୟରେ କେତେ ?

A health worker brings an oxygen cylinder on a wheelchair at the BKC jumbo field hospital, one of the largest COVID-19 facilities in Mumbai, India, Thursday, May 6, 2021. (AP Photo/Rafiq Maqbool)

କନକ ବ୍ୟୁରୋ: ଦେଶରେ ଜାରି ରହିଛି କରୋନା ଦ୍ୱିତୀୟ ଲହରର କୋପ । ଦେଶରେ କରୋନାର ଦ୍ୱିତୀୟ ଲହରରେ ୬୪୬ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଲୋକଙ୍କ ସେବା କରୁ କରୁ ସହିଦ ହୋଇଛନ୍ତି କରୋନା ଯୋଦ୍ଧା । ତେବେ ଡାକ୍ତରଙ୍କୁ ସହିଦ ହେବା ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ପଢନ୍ତୁ କେଉଁ ରାଜ୍ୟରେ କେତେ ଡାକ୍ତର ପ୍ରାଣ ହରାଇଛନ୍ତି
୧- ଆନ୍ଧ୍ରପ୍ରଦେଶ – ୩୫
୨- ଆସାମ – ୮
୩- ଇିହାର- ୯୭
୪- ଛତିଶଗଡ – ୫
୫- ଦିଲ୍ଲୀ – ୧୦୯
୬- ଗୁଜୁରାଟ – ୩୭
୭- ଗୋଆ – ୨
୮- ହରିୟାଣା – ୩
୯- ଜାମ୍ମୁ ଓ କାଶ୍ମିର – ୩
୧୦- ଝାଡଖଣ୍ଡ – ୩୯
୧୧- କର୍ଣ୍ଣାଟକ – ୯
୧୨- କେରଳ – ୫
୧୩- ମଧ୍ୟପ୍ରଦେଶ – ୧୬
୧୪- ମହାରାଷ୍ଟ୍ର - ୨୩
୧୫- ମଣିପୁର – ୫
୧୬- ଓଡିଶା - ୨୩
୧୭- ପୁଡୁଚେରୀ – ୧
୧୮- ପଞ୍ଜାବ – ୩
୧୯- ରାଜସ୍ଥାନ - ୪୩
୨୦- ତାମିଲନାଡୁ – ୩୨
୨୧- ତେଲେଙ୍ଗାନା – ୩୪
୨୨- ତ୍ରିପୁରା – ୨
୨୩- ଉତ୍ତରପ୍ରଦେଶ – ୭୯
୨୪- ଉତ୍ତରାଖଣ୍ଡ – ୨
୨୫- ପଶ୍ଚିମବଙ୍ଗ – ୩୦

ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ହେଲେ ଏବେ ବି କମିନି ମହାମାରୀର ଭୟ । ଦ୍ୱିତୀୟ ଲହରର ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା । କେଉଁଠି ଅକ୍ସିଜେନର ଅଭାବ ତ କେଉଁଠି ବେଡର ଅଭାବ ଦେଖିବାକୁ ମିଳିଥିଲା । ଆଉ ଅନେକ ଲୋକ ଏହି ସମୟରେ ହଇରାଣ ହେବାର ନଦର ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe