କନକ ବ୍ୟୁରୋ : ୟୁକ୍ରେନ ରାଜଧାନୀ କିଭର ନିକଟତର ହେଉଛି ଋଷିଆର ୬୪ କିଲୋମିଟର ଲମ୍ବା ସେନା କାରକେଡ । ଆମେରିକୀୟ ଉପଗ୍ରହ ସହାୟତାରେ ପ୍ରଥମ ଥର ଆସିଲା ଥ୍ରି-ଡି ସାଟେଲାଇଟ ଭିଡିଓ । ଦେଖନ୍ତୁ କିପରି କିଭ୍ ଆଡ଼କୁ ଅଗ୍ରସର ହେଉଛନ୍ତି ଋଷ ସେନା । ୟୁକ୍ରେନ ରାଜଧାନୀ କିଭର ଉତ୍ତର ପଟରେ କିଛି ଏହି ଭଳି ସେନା ଛାଉଣି ହୋଇଛି ।

Advertisment

ଏହି ଭିଡିଓରୁ ଜଣାପଡୁଛି ଯେ, ପ୍ରାୟ ୬୪ କିଲୋମିଟର ଧରି ଲମ୍ବିଛି ଋଷିଆ ସେନାର କାରକେଡ୍ । ଅର୍ଥାତ ସୈନିକ, ଗୋଳା ବାରୁଦ ଓ ଯୁଦ୍ଧାସ୍ତ୍ର ଧରି ଆଗକୁ ବଢି ଚାଲିଛି ୠଷିଆ । ୟୁକ୍ରେନର ଛାତିରେ ଛନକା ଭରିଦେଲା ଭଳି ଏହି ଚିତ୍ର ସାରାବିଶ୍ୱକୁ ବିସ୍ମିତ କରିଛି । କାରଣ ପୂର୍ଣ୍ଣ ଶକ୍ତି ଲଗାଇ ୟୁକ୍ରେନକୁ ନିଶ୍ଚିହ୍ନ କରିଦେବାକୁ ବସିଛି ଋଷିଆ ।