୬୩ବର୍ଷରେ ସତ୍ୟରାଜ୍ ! ବାହୁବଳୀକୁ ମାରିଥିବା କଟ୍ଟପାଙ୍କ ଆଜି ହେଉଛି ଜନ୍ମଦିନ

24

କଟ୍ଟପାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । କଟ୍ଟପାଙ୍କ ନାଁ ନେବା ମାତ୍ରେ ଆପେ ଆପେ ଏକ ଚେହେରା ଆଖି ସାମ୍ନାକୁ ଚାଲିଆସେ । କାରଣ ବାହୁବଳୀଙ୍କୁ ମାରି ସିନେ ଦୁନିଆଁରେ ଅମର ହୋଇଯାଇଛନ୍ତି କଟ୍ଟପା । ତେବେ ବାହୁବଳୀଙ୍କୁ ମାରିଥିବା କଟ୍ଟପାଙ୍କର ଆଜି ହେଉଛି ଜନ୍ମଦିନ । ୬୩ବର୍ଷରେ ପାଦ ଦେଇଛନ୍ତି ଦକ୍ଷିଣ ଭାରତର ଏହି ଅଭିନେତା ସତ୍ୟରାଜ୍ । ସୋସିଆଲ୍ ମିଡିଆରେ ସତ୍ୟରାଜଙ୍କୁ ଜନ୍ମଦିନର ସୁଅ ଛୁଟିଛି ।

୧୯୫୪ରେ ଜନ୍ମ ହୋଇଥିଲେ ବାହୁବଳୀର କଟ୍ଟପା ଅର୍ଥାତ୍ ସତ୍ୟରାଜ । ଏପର୍ଯ୍ୟନ୍ତ ସତ୍ୟରାଜ୍ ପ୍ରାୟ ୨୦୦ରୁ ଅଧିକ ସିନେମାରେ ଅଭିନୟ କରିସାରିଛନ୍ତି । ‘ଅନାକିଲି’ ସିନେମାର ସୁଟିଂ ଦେଖିବାକୁ ଯାଇଥିବା ସତ୍ୟରାଜଙ୍କ ସାକ୍ଷାତ ଅଭିନେତା ଶିବକୁମାର ଏବଂ ନିର୍ମାତା ତିରୁପ୍ପୁରଙ୍କ ସହ ହୋଇଥିଲା । ଏହାପରେ ସେ କୋମଲ୍ ସ୍ୱାମୀନାଥନ ନାଟକ ମଣ୍ଡଳୀରେ ସାମିଲ୍ ହୋଇଯାଇଥିଲେ । ଧୀରେ ଧୀରେ ଅଭିନୟ ଦୁନିଆଁରେ ପାଦ ଜମାଇଥିଲେ ସତ୍ୟରାଜ୍ ।

ସତ୍ୟରାଜଙ୍କର ପ୍ରଥମ ସିନେମା ଥିଲା କୋଲଙ୍ଗଲ୍ । ବଲିଉଡର ସୁପରହିଟ୍ ସିନେମା ‘ ଚେନ୍ନାଇ ଏକ୍ସପ୍ରେସ୍’ରେ ଦୀପିକାଙ୍କ ବାପା ଭୂମିକାରେ ନଜର ଆସିଥିଲେ ସତ୍ୟରାଜ୍ । ତେବେ ସତ୍ୟରାଜ୍ ପ୍ରକୃତ ପରିଚୟ ଦେଇଥିଲା ବାହୁବଳୀ । ଏହି ସିନେମାରେ କଟ୍ଟପା ରୋଲ୍ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବରେ ଆଇଫା ଆୱାର୍ଡ ମଧ୍ୟ ପାଇଛନ୍ତି ସତ୍ୟରାଜ୍ ।