ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୩୪ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୯ ।

63

କନକ ବ୍ୟୁରୋ : ରାଜ୍ୟରେ ଆଜି ମହାମାରୀ କରୋନା ଭାଇରସରୁ ୬୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୯ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୧୬ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୭୩ ଜଣ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଭଦ୍ରକରୁ ୩୧, ବାଲେଶ୍ୱରରୁ ୩୦, ଜଗତସିଂହପୁରରୁ ୨୮, ଯାଜପୁରରୁ ୨୭, ପୁରୀରୁ ୧୯, ମୟୂରଭଂଜରୁ ୧୪, ଅନୁଗୁଳରୁ ୧୩, ସମ୍ବଲପୁରରୁ ୧୨ ଓ କେନ୍ଦ୍ରାପଡ଼ାରୁ ୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି ଢେଙ୍କାନାଳ ଜିଲ୍ଲାରୁ ୮, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ାରୁ ୫, କୋରାପୁଟରୁ ୪, ବରଗଡ଼, ଗଜପତି, ଗଂଜାମ, ନୟାଗଡ଼ରୁ ୩ ଜଣ ଲେଖାଏଁ, କନ୍ଧମାଳ, କେନ୍ଦୁଝର, ରାୟଗଡ଼ାରୁ ୨-୨ ଜଣ, ବଲାଙ୍ଗୀର, ଦେବଗଡ଼, କଳାହାଣ୍ଡି, ମାଲକାନଗିରି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।