୩୦୦ ଚକିଆ ଲରିରେ ଆସୁଥିଲା ୬୨ ଫୁଟ୍ ହନୁମାନଙ୍କ ପ୍ରତିମା ! ବାଙ୍ଗାଲୁରୁ ରାଜପଥରେ ଅଟକାଇଲା ପୋଲିସ ।

Advertisment
୩୦୦ ଚକିଆ ଲରିରେ ଆସୁଥିଲା ୬୨ ଫୁଟ୍ ହନୁମାନଙ୍କ ପ୍ରତିମା ! ବାଙ୍ଗାଲୁରୁ ରାଜପଥରେ ଅଟକାଇଲା ପୋଲିସ ।

image courtesy - timesofindia.indiatimes.com

ବେଙ୍ଗାଲୁରୁ ୪୮ ନମ୍ବର ଜାତୀୟ ରାଜପଥରେ ଏକ ଅର୍ଦ୍ଧନିର୍ମିତ ହନୁମାନ ମୂର୍ତ୍ତି ନିଆଯାଉଥିବା ଗାଡ଼ିକୁ ପୁଲିସ ଅଟକ ରଖିଥିଲା। ୬୨ ଫୁଟ୍ ଉଚ୍ଚ ଏବଂ ୭୫୦ ଟନ୍ ଓଜନ ବିଶିଷ୍ଟ ମୂର୍ତ୍ତିଟିକୁ ଏକ ୩୦୦ ଚକିଆ ଲରିରେ କୋଲାରରୁ କଚରାକନାହାଲ୍ଲି ନିଆଯାଉଥିଲା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ଗାଡିଟିକୁ ପୁଲିସ ଅଟକ ରଖିଥିଲା।

publive-image୩୦୦ ଚକିଆ ଗାଡ଼ିରେ ଯାଉଥିବା ମନୋଲିଥ୍ ପଥର ଖଣ୍ଡଟିକୁ ସହର ଠାରୁ ୩୫ କିଲୋମିଟର ଦୂର ହୋସ୍କୋଟେ ଠାରେ ଅଟକା ଯାଇଥିଲା। ଶେଷରେ ନିର୍ବାଚନ କମିସନ ଏଥିରେ ହସ୍ତକ୍ଷେପ କରି ଯିବାକୁ ଅନୁମତି ଦେବାରୁ ମଙ୍ଗଳବାର ମଧ୍ୟାହ୍ନ ବେଳକୁ ପୁଣି ଗାଡ଼ି ଚାଲିଥିଲା। ଶ୍ରୀରାମ ଚୈତନ୍ୟ ବର୍ଦ୍ଧିନୀ ଟ୍ରଷ୍ଟ୍ ଏହି ମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରାଯିବ।

ଗାଡ଼ିଟି ଅଟକା ଯିବା ଫଳରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହୋଇଥିଲା :

ନିର୍ମାଣ ହେବାକୁ ଯାଉଥିବା ହନୁମାନଙ୍କ ପ୍ରତିମୂର୍ତ୍ତି  ବିଶ୍ୱର ସର୍ବବୃହତ ବୋଲି ଟ୍ରଷ୍ଟି ମୁନିରାଜୁ କହିଛନ୍ତି। ଏହାକୁ ସାମଗ୍ରିକ ଭାବେ ଖୋଦେଇ କରାଯାଇ ଅଣାଯାଇଛି। ମୂର୍ତ୍ତିଟି ସ୍ଥାପିତ ହେବା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସ୍ଥାନରେ ସମ୍ପୂର୍ଣ୍ଣ ଖୋଦେଇ କାମ ହେବ । ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇଥିବା ଏହି ହନୁମନ୍ତଙ୍କ ପ୍ରତିମା ନିର୍ମାଣ ଆସନ୍ତା ବର୍ଷ ସୁଦ୍ଧା ଶେଷ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe