କନକ ବ୍ୟୁରୋ: ଚିନ୍ତା ବଢାଉଛି କୋରୋନାର ନୂଆ ରୂପ ଜେଏନ ଡଟ୍ ୱାନ । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ବଢିବା ସାଙ୍ଗକୁ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, ତାମିଲନାଡୁ, କେରଳ ସମେତ ବିଭିନ୍ନ ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଦେଖିବାକୁ ମିଳୁଛି ।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୨୮ ନୂଆ ସଂକ୍ରମଣ ସହ କୋରୋନାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ପାର କରିଛି । କର୍ଣ୍ଣାଟକରେ ୩ଜଣ ଏବଂ କେରଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟ ଘଟିଥିବା ନେଇ ମଧ୍ୟ ସୂଚନା ମିଳିଛି । କୋରୋନାର ନୂଆ ଭ୍ୟାରିଆଂଟ ଜେଏନ ଡଟ୍ ୱାନରେ କର୍ଣ୍ଣାଟକର ୩୪, ଗୋଆର ୩୪, ମହାରାଷ୍ଟ୍ରର ୯ଟି ମିଶାଇ ମୋଟ ୮୯ଟି ମାମଲା ଚିହ୍ନଟ କରାଯାଇଛି । ଦେଶରେ ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବା ବେଳେ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।