ଭଲ ଖବର : ଦେଶରେ କମୁଛି କରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର ।

ଭଲ ଖବର : ଦେଶରେ କମୁଛି କରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୬୨୪୮୦ ଥିବା ବେଳେ ୧୫୮୭ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଗତକାଲି ଠାରୁ ଆଜି ସଂକ୍ରମଣ ସଂଖ୍ୟା କମ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାର ନୂଆ ସଂକ୍ରମଣକୁ ମିଶାଇ ଏବେ ସୁଦ୍ଧା ଦେଶରେ ମୋଟ ୨,୯୭,୬୨,୭୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୮୩,୪୯୦ରେ ପହଞ୍ଚିଛି ।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୮୮,୯୭୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୮୫,୮୦,୬୪୭ରେ ପହଞ୍ଚିଛି। ଏହାବାଦ୍ ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭,୯୮,୬୫୬। ୭୩ ଦିନ ପରେ ଆଜି ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ତଳକୁ ଥିବା ରେକର୍ଡ କରାଯାଇଛି।

ସେହିଭଳି ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୬,୮୯,୬୦,୩୯୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୧୭ ତାରିଖ ସୁଦ୍ଧା ସମୁଦାୟ ୩୮,୭୧,୬୭,୬୯୬ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୯,୨୯,୪୭୬ଟି ନମୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe