କନକ ବ୍ୟୁରୋ : ମୌସୁମୀ ନେଲାଣି ୬୨୪ ଜୀବନ । ଗତ ଜୁନ ମାସରୁ ଆରମ୍ଭ ହୋଇଥିବା ମୌସୁମୀ ବର୍ଷା ଯୋଗୁ ଭାରତରେ ଏପର୍ଯ୍ୟନ୍ତ ୬୨୪ ଲୋଙ୍କର ମୃତ୍ୟୁ ହୋଇ ସାରିଲାଣି । ଗୃହ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦେଶର କେତକ ଅଞ୍ଚଳରେ ପ୍ରବଳ ବର୍ଷାଯୋଗୁ ବହୁ ଧନ ଜୀବନ ନଷ୍ଟ ହୋଇଛି । ହିମାଚଳ ପ୍ରଦେଶରେ ସର୍ବାଧିକ ୨୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ଗତ ୫୦ ବର୍ଷ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି । ପ୍ରବଳ ବର୍ଷା ଯୋଗୁ ୬୦ ହଜାର ଲୋକ ପାଣିଘେରରେ ଫଶି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Advertisment

ଚଳିତ ବର୍ଷ ବର୍ଷା ଯୋଗୁ ହିମାଞ୍ଚଳ ପ୍ରଦେଶରେ ୯୯, କର୍ଣ୍ଣାଟକରେ ୮୭, ରାଜସ୍ଥାନରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର କମୁଛି, ହେଲେ ଯାତନା ବଢିବାରେ ଲାଗିଛି । ଏବେବି ଦେଶର ରାଜଧାନୀ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛି । ବିଭିନ୍ନ ଅଞ୍ଚଳରେ ସରକାରରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଅସ୍ଥାୟୀ ଶିବିରରେ ହଜାର ହଜାର ଲୋକେ ଆଶ୍ରୟ ନେଇଛନ୍ତି । ପୁରୁଣା ଦିଲ୍ଲୀର ଯମୁନା ବଜାରରେ କରାଯାଇଥିବା ରିଲିଫ ଟେଣ୍ଟ ବୁଡିଯାଇଥିବାରୁ ଲୋକେ ଶୁଖିଲା ଖାଦ୍ୟ ଅନ୍ୱେଷଣରେ ଅଛନ୍ତି । ସରକାର ପାଖାପାଖି ୨୭ ହଜାର ଅସ୍ଥାୟୀ ଶିବିର କରିଥିବା ବେଳେ ପ୍ରାୟ ୨୭ ହଜାର ଲୋକ ସେଠାରେ ଆଶ୍ରୟ ନେଇଛନ୍ତି ।