୨୪ ଘଣ୍ଟା ଭିତରେ ରାଜ୍ୟରୁ ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ । ଦେଖନ୍ତୁ, କେଉଁ ଜିଲ୍ଲାରେ କେତେ ସଂକ୍ରମିତ…

108

କନକ ବ୍ୟୁରୋ: ୨୪ ଘଣ୍ଟା ଭିତରେ ରାଜ୍ୟରୁ ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ । ଶୂନରୁ ୧୮ ବର୍ଷ ଭିତରେ ୯୫ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୬୨ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୬୧ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ତେବେ ଖୋର୍ଦ୍ଧାରୁ ୨୭୨, କଟକରୁ ୭୪, ଜଗତସିଂହପୁରରୁ ୨୯, ଯାଜପୁର ୨୮, ବାଲେଶ୍ୱର ୨୮, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୨୪୪କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୦ ଲକ୍ଷ ୬ ହଜାର ୩୨୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୭୩୬ ରହିଛି ।