ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ : ସାରା ଦେଶରେ ୨୪ ଘଂଟାରେ ସର୍ବାଧିକ ୬୨ ହଜାର ୨୫୮ କରୋନା ସଂକ୍ରମିତ ଚିହ୍ନଟ, ୨୯୧ ମୃତ

72

କନକ ବ୍ୟୁରୋ : ଲଗାତାର ବଢି ଚାଲିଛି କରୋନା ମିଟର । ଗତ ୨୪ ଘଂଟାରେ ପୁଣି କରୋନାକୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । କାରଣ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୬୨ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟାରେ ୨୯୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହି ସମୟ ମଧ୍ୟରେ ୩୦ ହଜାର ୩୮୬ ଜଣ କରୋନା ମୁକ୍ତ ହୋଇଛନ୍ତି ।

ଫଳରେ ବର୍ତମାନ ସାରାଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୨ ହଜାର ୬୪୭ରେ ପହଂଚିଛି । ତେବେ ଗତ ୨୪ ଘଂଟାର କରୋନା ସଂକ୍ରମଣକୁ ମିଶାଇ ସାରାଦେଶରେ ବର୍ତମାନ ସୁଦ୍ଧା ୧ କୋଟି ୧୯ ଲକ୍ଷ ୮ହଜାର ୯୧୦ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି କରୋନା ଆରମ୍ଭ ହେବା ଦିନରୁ ସାରାଦେଶରେ ୧ ଲକ୍ଷ ୬୧ ହଜାର ୨୪୦ଜଣ କରୋନାରେ ପ୍ରାଣ ହରାଇଲେଣି ।

Comments are closed.