କନକ ବ୍ୟୁରୋ : ଲଗାତାର ବଢି ଚାଲିଛି କରୋନା ମିଟର । ଗତ ୨୪ ଘଂଟାରେ ପୁଣି କରୋନାକୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । କାରଣ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୬୨ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟାରେ ୨୯୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହି ସମୟ ମଧ୍ୟରେ ୩୦ ହଜାର ୩୮୬ ଜଣ କରୋନା ମୁକ୍ତ ହୋଇଛନ୍ତି ।
ଫଳରେ ବର୍ତମାନ ସାରାଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୨ ହଜାର ୬୪୭ରେ ପହଂଚିଛି । ତେବେ ଗତ ୨୪ ଘଂଟାର କରୋନା ସଂକ୍ରମଣକୁ ମିଶାଇ ସାରାଦେଶରେ ବର୍ତମାନ ସୁଦ୍ଧା ୧ କୋଟି ୧୯ ଲକ୍ଷ ୮ହଜାର ୯୧୦ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି କରୋନା ଆରମ୍ଭ ହେବା ଦିନରୁ ସାରାଦେଶରେ ୧ ଲକ୍ଷ ୬୧ ହଜାର ୨୪୦ଜଣ କରୋନାରେ ପ୍ରାଣ ହରାଇଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/9-29.jpg)