କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ହେଉଛି । ସନ୍ଧ୍ୟା ୫.୩୦ ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳର ମୋଟ୍ ୪୨୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସନ୍ଧ୍ୟା ୫ଟା ସୁଦ୍ଧା ଭୋଟଦାନରେ କେନ୍ଦୁଝର ଆଗରେ ରହିଥିବା ବେଳେ ସବୁଠୁ ପଛରେ ରହିଛି କଟକ । ଆସନ୍ତୁ ଜାଣିବା ସନ୍ଧ୍ୟା ୫ଟା ସୁଦ୍ଧା କେଉଁଠି କେତେ ପ୍ରତିଶତ ମତଦାନ ହୋଇଛି ।
ତୃତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୫୫.୨୯ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ସର୍ବନିମ୍ନ ୪୫.୧୯ ପ୍ରତିଶତ ମତଦାନ ହୋଇଛି । ସେହିପରି ପୁରୀରେ ୫୪.୦୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଢେଙ୍କାନାଳରେ ୫୫.୨୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ସେପଟେ ସମ୍ବଲପୁରରେ ସନ୍ଧ୍ୟା ୫ଟା ସୁଦ୍ଧା ୫୦.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୫୦.୨୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାଜ୍ୟରେ ମୋଟ୍ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ତୃତୀୟ ପର୍ଯ୍ୟାୟରେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ଭିତରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଭୋଟର ହୋଇଥିବା ବେଳେ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଭୋଟର ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/ls-polls-20-rajasthan-seats-record-6325-per-cent-voter-turnout-in-first-phase_170414081438.jpg)