ମଝି ସମୁଦ୍ରରେ ଭୟଙ୍କର ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ ୟୁରୋପ ଯାଉଥିବା ଡଙ୍ଗା ଲିବିୟା ସୀମାରେ ଦୁର୍ଘଟଣା, ୬୧ ଜଣଙ୍କ ମୃତ୍ୟୁ

ମଝି ସମୁଦ୍ରରେ ଭୟଙ୍କର ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ ୟୁରୋପ ଯାଉଥିବା ଡଙ୍ଗା ଲିବିୟା ସୀମାରେ ଦୁର୍ଘଟଣା, ୬୧ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ :ଉତ୍ତର ଅଫ୍ରିକୀୟ ଦେଶ ଲିବିୟା ସୀମାରେ ବୁଡିଯିବା କାରଣରୁ ୬୧ ଜଣଙ୍କର ମୃତ୍ୟୁ ହୋଇଛି । ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ ତରଫରୁ କୁହାଯାଇଛି କି ଲିବିୟାରର ଉତ୍ତର -ପଶ୍ଚିମ ଘାଟ ଜୁବାଶା ରୁ ବାହାରିବା ପରେ ଡଙ୍ଗାଟି ଉଚ୍ଚ ଲହଡୀର ଶିକାର ହୋଇଥିଲା । ଏହି ଡଙ୍ଗାରେ ଅନେକ ଶ୍ରମିକ ଥିଲେ । ସେମାନେ ସମସ୍ତେ ନାଇଜେରିଆ, ଗାମ୍ବିୟା ଓ ଅନ୍ୟ ଅଫ୍ରିକା ଦେଶର ବାସିନ୍ଦା । ସେମାନେ ଲିବୟା ଓ ଟ୍ୟୁନିସିଆ ରାସ୍ତା ଦେଇ ଇଟାଲି ଯାଉଥିଲେ ।

ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ ମୁତାବକ ଡଙ୍ଗାରେ ସର୍ବାଧିକ ମହିଳା ଓ ଶିଶୁ ଥିଲେ । ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଲିବିୟାର ଡିଟେନଶନ ସେଣ୍ଟରରେ ରଖାଯାଇଛି । ଉଦ୍ଧାର ହୋଇଥିବା ସମସ୍ତ ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି ।

ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନର ପ୍ରବକ୍ତା ଫ୍ଲୋବିୟୋ ଡି ଜିୟାକୋମେଙ୍କ ମୁତାବକ ଚଳିତ ବର୍ଷ ଭୂମଧ୍ୟସାଗରୀୟ ପ୍ରବାସୀ ମାର୍ଗରେ ଯାତାୟାତ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ମୋଟ ୨୨୫୦ ଜଣ ଶ୍ରମିକ ଡଙ୍ଗା ବୁଡିଯିବା କାରଣରୁ ମୃତ୍ୟୁ ହୋଇଛ ିା ଏହି ଭୟାନକ ପରିସଂଖ୍ୟାନ କହୁଛି କି ସମୁଦ୍ର ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରିବାକୁ ପର୍ଯ୍ୟାପ୍ତ ପରିମାଣର ପଦକ୍ଷେପ ନିଆଯାଉନାହିଁ ।

ଏହା ପୂର୍ବରୁ ୨୦୨୩ ଜୁନ ମାସରେ ମଧ୍ୟ ଗ୍ରୀସର ଦକ୍ଷିଣ ତଟରେ ପେଲୋପୋନୀଜ କ୍ଷେତ୍ରରୁ ପାଖାପାଖି ୨୫ କିଲୋମିଟର ଦୂର ପ୍ରବାସୀ ଶ୍ରମିିକମାନଙ୍କ ନେଇ ଯାଉଥିବା ଡଙ୍ଗା ବୁଡିଯିବା କାରଣରୁ ୭୫୦ ଜଣ ଥିବା ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୧୦୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe