କନକ ବ୍ୟୁରୋ : ହାତୀ ଉପଦ୍ରବ କାରଣରୁ ଗତ ବର୍ଷରେ ଭାଙ୍ଗିଛି ୯୬୧୧ ଘର । ଏନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୨୦୧୮ରୁ ୨୦୨୩ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଉପଦ୍ରବ କାରଣରୁ କେତେ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ଏବଂ କେତେ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି ସେନେଇ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରାଙ୍କ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି, ହାତୀ ଉପଦ୍ରବ କାରଣରୁ ଗତ ୫ ବର୍ଷରେ ୬୦୨ ଜଣଙ୍କ ଜୀବନ ଯାଇଛି । ସେହିଭଳି ଏହି ସମୟରେ ୧୨୭ ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୯୬୧୧ଟି ଘର ଭାଙ୍ଗିଛି । ତେବେ ହାତୀ ଉପଦ୍ରବ ରୋକିବାକୁ ଜଙ୍ଗଲ ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।