କନକ ବ୍ୟୁରୋ : ସ୍ୱାସ୍ଥ କ୍ଷେତ୍ରରେ ସୁଧାର ଆଣିବାକୁ ନବୀନ ସରକାରଙ୍କ ବଡ ପଦକ୍ଷେପ । ଡାକ୍ତରଖାନାରେ ଡାକ୍ତର ଅଭାବକୁ ଦୂର କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୩୮ ଜଣ ଡାକ୍ତରଙ୍କ ନିଯୁକ୍ତି ଅନୁମୋଦିତ କରିଥିବା ବେଳେ ଆଜି ଆଉ ୬୦୦ ଜଣ ଡାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଉତ୍ତମ ଚିକିତ୍ସା ପହଞ୍ଚାଇବା ପାଇଁ ଡାକ୍ତର ନିଯୁକ୍ତିରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଘୋଷଣା ସହ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ୧୫୩୮ ଜଣ ନୂତନ ଏମବିବିଏସ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଏହାଦ୍ୱାରା ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଖାଲି ପଡିଥିବା ଡାକ୍ତରୀ ପଦବୀ ପୂରଣ ହେବ । ଏତେ ସଂଖ୍ୟକ ଡାକ୍ତର ନିଯୁକ୍ତି ଦ୍ୱାରା ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ ହେବ । ଡାକ୍ତର ନିଯୁକ୍ତିକୁ ଅନୁମୋଦନ ଦେବା ପରେ ନୂତନ ଡାକ୍ତର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସମ୍ପୂର୍ଣ୍ଣ ନିଷ୍ଠା ଓ ଦକ୍ଷତାର ନବ ନିଯୁକ୍ତ ଡାକ୍ତର ମାନେ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/HOSPITAL_00000.png)