କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ସମର୍ପଣ ସମାରୋହରେ ସାମିଲ ହେବା ପାଇଁ ସବୁ ରାମ ଭକ୍ତ ଅପେକ୍ଷା କରି ବସିଛନ୍ତି । ଏଥିପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ରାମଲାଲାଙ୍କୁ ବିଭିନ୍ନ ପ୍ରକାର ଜିନିଷ ଅର୍ପଣ କରୁଛନ୍ତି । ଏହି କ୍ରମମରେ ଧାର୍ମିକ ରୀତିନୀତି ପାଇଁ ରାଜସ୍ଥାନ ଯୋଜପୁରରୁ ୬ଶହ କିଲୋଗ୍ରାମର ଶୁଦ୍ଧ ଦେଶୀ ଗାଇ ଘିଅ ଅଯୋଧ୍ୟା ଆସି ପହଞ୍ଚିଛି । ଏହି ଦେଶୀ ଗାଇ ଘିଅ ରାମ ମନ୍ଦିରର ଅଖଣ୍ଡ ଜ୍ୟୋତି ତଥା ରାମଲାଲାଙ୍କ ସମର୍ପଣ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଧାର୍ମିକ ରୀତିନୀତିରେ ବ୍ୟବହୃତ ହେବ ।

Advertisment

୧୦୮ଟି କଳସରେ ୬ଶହ କିଲୋଗ୍ରାମର ଦେଶୀ ଘିଅ ଧରି ଜୋଧପୁରରୁ ନଭେମ୍ବର ୨୭ ତାରିଖରେ ବାହାରିଥିଲେ ସଂନ୍ଥ ମହର୍ଷି ସାଂଦୀପନୀ ମହାରାଜ । ସଗଡ ଗାଡିରେ ପ୍ରାୟ ୧୦ଦିନ ଯାତ୍ରା କରି ଆସି ଅଯୋଧ୍ୟାରେ ପହଞ୍ଚିଛନ୍ତି ସଂନ୍ଥ । ଆଜି ଅଯୋଧ୍ୟାରେ ପହଞ୍ଚିବା ପରେ ଟ୍ରଷ୍ଟର ମୁଖ୍ୟଙ୍କ ସହ ସମ୍ପର୍କ କରି । ୬ଶହ କେଜିର ଘିଅ ସମର୍ପଣ କରିଛନ୍ତି । ଏହି ଘିଅ ରାମଲାଲାଙ୍କ ଗର୍ଭଗୃହରେ ଅଖଣ୍ଡ ଜ୍ୟୋତିରେ ବ୍ୟବହାର କରାଯିବ । ତେବେ ରାମଲାଲାଙ୍କୁ ଘିଅ ସମର୍ପଣ କରିବା ପାଇଁ ଦୀର୍ଘ ୯ବର୍ଷ ହେବ ଘିଅକୁ ସଞ୍ଚୟ କରାଯାଇଥିଲା ।