କନକ ବ୍ୟୁରୋ: ବୟସର ଅପରାହ୍ନରେ ଘରଟିଏ ପାଇଁ ସଂଘର୍ଷ କରୁଛନ୍ତି ଜଣେ ୬୦ ବର୍ଷିୟ ବୃଦ୍ଧା । ଆଗକୁ ପଛକୁ ଆହା କରିବାକୁ କେହି ନାହାଁନ୍ତି । ମୁଣ୍ଡ ଗୁଂଜିବାକୁ ଘରଟିଏ ବି ନାହିଁ । ପ୍ରାୟ ୪-୫ ବର୍ଷ ହେଲା ଝଡ ବତାସରେ ଘର ଭଙ୍ଗି ଯାଇଛି । ହେଲେ ଘର କରିବାକୁ ଆଉ ସମ୍ବଳ ନଥିବାରୁ ଭଙ୍ଗାଘରେ ରହୁଛନ୍ତି ବୃଦ୍ଧା । ଦେଖନ୍ତୁ ଏହି ରିପୋର୍ଟ ।
ବର୍ଷା ଦିନ ଆ-ତା ପିଣ୍ଡାରେ କଟୁଥିବା ବେଳେ ବିଡିଓ କହିଛନ୍ତି ସ୍କୁଲ ଘରେ ରାତି କାଟିବା ପାଇଁ । କିନ୍ତୁ ଚାଲି ନପାରିବାରୁ ସ୍କୁଲ ଘରକୁ ନଯାଇ ସେହି ଭଙ୍ଗା ଘରେ ହିଁ ରହୁଛନ୍ତି ବୃଦ୍ଧା । ଏତେ ପରେ ବି ଆଶା ରଖିଛି ସରକାର ତାଙ୍କ ଦୁଃଖ ଶୁଣିିବେ ଆଉ ଘରଟି ତିଆରି କରିଦେବେ । ଗ୍ରାମବାସୀଙ୍କ ସାହାର୍ଯ୍ୟ, ସହଯୋଗ ରେ ଚଳି ଆସୁଛନ୍ତି ସୁକାନ୍ତୀ । ତେବେ ଦେଖିବା ଆଗକୁ ସୁକାନ୍ତୀଙ୍କ ପାଇଁ ସରକାର କେବେ ଘରଟିଏ ତିଆରି କରୁଛନ୍ତି ।
Follow Us