image courtesy - zeenews.india.com
ଗୋଟିଏ କି ଦୁଇଟି ନୁହେଁ ସ୍କୁଲ ପରିସରରୁ ବାହାରିଲେ ୬୦ଟି ବିଷଧର ସାପ । ଯାହାକୁ ନେଇ ସ୍କୁଲରେ ଖେଳିଯାଇଥିଲା ଆତଙ୍କ । ମହାରାଷ୍ଟ୍ରର ହିଗୋଲି ଜିଲ୍ଲାର ଜିଲ୍ଲା ପରିଷଦ ସ୍କୁଲରେ ଏଭଳି ଘଟଣା ଦେଖାଯାଇଛି । ପଙ୍ଗରା ବୋଖରେ ଗାଁରେ ଚାଲୁଥିଲା ଏହି ସ୍କୁଲକୁ ଜିଲ୍ଲା ପରିଷଦ ସଞ୍ଚାଳିତ କରିଥାନ୍ତି । ଏହା ମରାଠବାଡା କ୍ଷେତ୍ର ଠାରୁ ୨୨୫ କିଲୋମିଟର ଦୂର ଅଟେ । ଶୁକ୍ରବାର ଦ୍ୱିପହରରେ ସ୍କୁଲରେ ପିଲାମାନଙ୍କ ଭୋଜନ ବନାଇବା ପାଇଁ ଥିବା କାଠ ନିକଟରେ ଦୁଇଟି ସାପ ଥିବା ରୋଷେୟା ଦେଖିବାକୁ ପାଇଥିଲେ ।
ଏହାପରେ ସେ ସାଙ୍ଗେ ସାଙ୍ଗେ ଅନ୍ୟ କାଠ ଗୁଡିକୁ ହଟାଇବାରୁ ସେଠାରେ ଆଉ ୫୮ଟି ସାପ ଥିବା ଦେଖିବାକୁ ପାଇଥିଲେ । ସ୍କୁଲର ପ୍ରଧାନଶିକ୍ଷକ ତ୍ରିୟଂବକ ଭୋସଲେ କହିଛନ୍ତି ଯେ, ଏତେ ସାରା ସାପମାନଙ୍କୁ ଦେଖି ସେମାନେ ସମସ୍ତେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ଯେତେବେଳେ ଘଟଣା ସମ୍ପର୍କରେ ଗାଁ ଲୋକେ ଜାଣିବାକୁ ପାଇଥିଲେ, ସେମାନେ ହାତରେ ବାଡି ଏବଂ ପଥର ଧରି ସ୍କୁଲ ଆଡକୁ ଦୌଡିକି ଆସିଥିଲେ । କିନ୍ତୁ ପ୍ରଧାନଶିକ୍ଷକ ସାପକୁ ମାରିବାକୁ ମନା କରିଦେଇଥିଲେ । କିଛି ସମୟ ପରେ ବିକି ଦଲ୍ଲାଲ ନାମକ ଜଣେ ସାପୁଆ କେଳାଙ୍କୁ ସେଠାକୁ ଡକାଯାଇଥିଲା । ଏବଂ ପାଖାପାଖି ଦୁଇ ଘଣ୍ଟା ପରେ ସାପୁଆ କେଳାଟି ସମସ୍ତ ସାପଗୁଡିକୁ ଧରିବା ସହ ବଡ ବୋତଲରେ ପୁରାଇ ଦେଇଥିଲା । ଏହାପରେ ସାପଗୁଡିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା ।
Follow Us
/kanak/media/post_attachments/wp-content/uploads/2018/07/assignment-name-in-brief_05671d64-875a-11e8-bbc3-e5c02a79570e-300x169.jpg)