ସ୍କୁଲ ପରିସରରେ ଖେଳିଲା ସାପର ଆତଙ୍କ ! ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗେ ବାହାରିଲେ ୬୦ଟି ବିଷଧର ସାପ, ଅଳ୍ପକେ ବର୍ତ୍ତିଲା ଶହ ଶହ ଜୀବନ ।
ଗୋଟିଏ କି ଦୁଇଟି ନୁହେଁ ସ୍କୁଲ ପରିସରରୁ ବାହାରିଲେ ୬୦ଟି ବିଷଧର ସାପ । ଯାହାକୁ ନେଇ ସ୍କୁଲରେ ଖେଳିଯାଇଥିଲା ଆତଙ୍କ । ମହାରାଷ୍ଟ୍ରର ହିଗୋଲି ଜିଲ୍ଲାର ଜିଲ୍ଲା ପରିଷଦ ସ୍କୁଲରେ ଏଭଳି ଘଟଣା ଦେଖାଯାଇଛି । ପଙ୍ଗରା ବୋଖରେ ଗାଁରେ ଚାଲୁଥିଲା ଏହି ସ୍କୁଲକୁ ଜିଲ୍ଲା ପରିଷଦ ସଞ୍ଚାଳିତ କରିଥାନ୍ତି । ଏହା ମରାଠବାଡା କ୍ଷେତ୍ର ଠାରୁ ୨୨୫ କିଲୋମିଟର ଦୂର ଅଟେ । ଶୁକ୍ରବାର ଦ୍ୱିପହରରେ ସ୍କୁଲରେ ପିଲାମାନଙ୍କ ଭୋଜନ ବନାଇବା ପାଇଁ ଥିବା କାଠ ନିକଟରେ ଦୁଇଟି ସାପ ଥିବା ରୋଷେୟା ଦେଖିବାକୁ ପାଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାପରେ ସେ ସାଙ୍ଗେ ସାଙ୍ଗେ ଅନ୍ୟ କାଠ ଗୁଡିକୁ ହଟାଇବାରୁ ସେଠାରେ ଆଉ ୫୮ଟି ସାପ ଥିବା ଦେଖିବାକୁ ପାଇଥିଲେ । ସ୍କୁଲର ପ୍ରଧାନଶିକ୍ଷକ ତ୍ରିୟଂବକ ଭୋସଲେ କହିଛନ୍ତି ଯେ, ଏତେ ସାରା ସାପମାନଙ୍କୁ ଦେଖି ସେମାନେ ସମସ୍ତେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ଯେତେବେଳେ ଘଟଣା ସମ୍ପର୍କରେ ଗାଁ ଲୋକେ ଜାଣିବାକୁ ପାଇଥିଲେ, ସେମାନେ ହାତରେ ବାଡି ଏବଂ ପଥର ଧରି ସ୍କୁଲ ଆଡକୁ ଦୌଡିକି ଆସିଥିଲେ । କିନ୍ତୁ ପ୍ରଧାନଶିକ୍ଷକ ସାପକୁ ମାରିବାକୁ ମନା କରିଦେଇଥିଲେ । କିଛି ସମୟ ପରେ ବିକି ଦଲ୍ଲାଲ ନାମକ ଜଣେ ସାପୁଆ କେଳାଙ୍କୁ ସେଠାକୁ ଡକାଯାଇଥିଲା । ଏବଂ ପାଖାପାଖି ଦୁଇ ଘଣ୍ଟା ପରେ ସାପୁଆ କେଳାଟି ସମସ୍ତ ସାପଗୁଡିକୁ ଧରିବା ସହ ବଡ ବୋତଲରେ ପୁରାଇ ଦେଇଥିଲା । ଏହାପରେ ସାପଗୁଡିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା ।